କନକ ବ୍ୟୁରୋ : ଦୀପତଳ ଅନ୍ଧାର ଭଳି ଜୟପୁର ପୌରପାଳିକା ସହର ସଫା ରଖିବା ପାଇଁ ସଚେତନ ବାଢୁଛି ଅନ୍ୟପଟେ ରାସ୍ତା କଡ଼ରେ ଅଳିଆ ଅବର୍ଜନା ଗଦା କରି କୃତ୍ରିମ ପାହାଡ଼ ସୃଷ୍ଟି କରୁଛି ଦିନେ କି ଦୁଇ ଦିନ ନୁହେଁ ବର୍ଷବର୍ଷ ଧରି ଜୟପୁର ପୌରପାଳିକା ଦାୟିତ୍ୱ ହିନତା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି

Advertisment

ଚାରିପଟେ ଘର, ସରକାରୀ ବିଦ୍ୟାଳୟ ମଝିରେ ଆବର୍ଜନା ପାହାଡ଼ ସରକାରୀ ଆବାସିକ ବିଦ୍ୟାଳୟରେ ୨ଶହ ଛାତ୍ରଛାତ୍ରୀ ରହୁଛନ୍ତି ସ୍ଥାନ ଅନୁକୁଳ ନଥିଲେ ମଧ୍ୟ ଛାତ୍ରଛାତ୍ରୀ ବାଧ୍ୟରେ ରହୁଛନ୍ତି ଏଭଳି ସ୍ଥାନରେ ବର୍ଷବର୍ଷ ଧରି ଗଦା ହେଉଛି ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି ପିଲାଙ୍କ ଖାଇବା ଥାଳିରେ ମାଛି ଭଣଭଣ ହେଉଛନ୍ତି ସବୁ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟନଷ୍ଠାନ ହେଉନଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି

ମକାପୁଟରେ ୧୫ ଏକର ପରିଧିରେ ରହିଛି ଆବର୍ଜନା ପାହାଡ଼ ୩୦ ବର୍ଷରୁ ଅଧିକ ହେଲାଣି ଅନବରତ ଅଳିଆ ପଡୁଛି ଖୋଲା ମେଲାରେ ପଡ଼ି ରହିଥିବା ଅବର୍ଜନା ପାହାଡ଼ ମଧ୍ୟ ଭାଗରେ ତିଆରି ହେଉଛି ଜୟପୁର ବାଇପାସ ନା ପାଚେରୀ ନା କୌଣସି ସୁରକ୍ଷା ବ୍ୟବସ୍ଥା ର୍ତ୍ତମାନ ତାର ସ୍ଥାୟୀ ସମାଧାନ ପାଇଁ ଜୟପୁର ପୌରପାଳିକା ଚିନ୍ତା କରିଛି ଅଳିଆ ଆବର୍ଜନାରୁ ଖତ ତିଆରି ପାଇଁ ପ୍ରସ୍ତୁତି ଚାଲିଛି କିନ୍ତୁ ର୍ତ୍ତମାନର ସ୍ଥିତି ଦେଖି ସ୍ଥାନୀୟ ବାସିନ୍ଦା କହୁଛନ୍ତି, ପୌରପାଳିକା ସମସ୍ତଙ୍କୁ ସଫା ରହିବାକୁ କହୁଛି କିନ୍ତୁ ନିଜେ ଦୁର୍ଗନ୍ଧ କରୁଛି

ପରିବେଶ ସଫା ସୁତରା ରଖିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ଏଠାରେ ସଚେତନା ବାର୍ତା ବାଂଟୁଥିବା ଅନୁଷ୍ଠାନ ନିଜେ ପ୍ରଦୁଷଣ ବଢ଼ାଉଛି ଲାଗୁଛି ସେମିତି ଫସଲ ଜଗୁଥିବା ବାଡ଼ ନିଜେ ଫସଲ ନଷ୍ଟ କରୁଛି