କୁଆଡ଼େ ଗଲା ବାବୁଙ୍କ ଫୁଲ ପ୍ରୀତି ? ମରିଗଲାଣି ଗଛ, ଖାଲିପଡ଼ିଛି କୁଣ୍ଡ

Advertisment

ଅଧା ଫୁଲ ଗଛ ମରିଯାଇଥିବାବେଳେ ଅଧା କୁଣ୍ଡ ଲୁଚାଇ ଦେଇଛି ମହାନଗର ନିଗମ । ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ ଦୁର୍ନୀତିର ଖୋଲୁଛି ପୋଲ୍‌ ।

ଅଧା ଫୁଲ ଗଛ ମରିଯାଇଥିବାବେଳେ ଅଧା କୁଣ୍ଡ ଲୁଚାଇ ଦେଇଛି ମହାନଗର ନିଗମ । ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ ଦୁର୍ନୀତିର ଖୋଲୁଛି ପୋଲ୍‌ ।

sbl

କନକ ବ୍ୟୁରୋ : ଖୋଲୁଛି ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ କିଣା ଦୁ୍ର୍ନିତୀ । ଅଧା ଫୁଲ ଗଛ ମରିଯାଇଥିବାବେଳେ ଅଧା କୁଣ୍ଡ ଲୁଚାଇ ଦେଇଛି ମହାନଗର ନିଗମ । ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ ଦୁର୍ନୀତିର ଖୋଲୁଛି ପୋଲ୍‌ । ବିଲ୍ଡିଂ ସଜେଇବାରେ ଉଡ଼େଇ ଦେଲେ ୨୪ ଲକ୍ଷ । ବଜାର ଦରଠାରୁ ୪ଗୁଣା ଅଧିକାରେ କିଣା ହେଇଥିଲା ଗଛ । ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅଧା ଗଛ ଶୁଖିଗଲାଣି । କେଳେଙ୍କାରୀ ଲୁଚାଇବା ପାଇଁ ପୁରା ଯୋଜନା ହୋଇଛି । ସମ୍ୱଲପୁର ମହାନଗର ନିଗମ କୋଠା ସଜେଇବା ପାଇଁ ୨୪ ଲକ୍ଷ ଟଙ୍କାର ଫୁଲ ଗଛ କିଣାହେଲା । ହେଲେ ଏବେ ସେଥିରୁ ଅଧାଗଛ ମରି ଯାଇଥିବା ବେଳେ, କୁଣ୍ଡ ଗୁଡ଼ିକୁ ଲୁଚାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।  

ଗୋଟିଏ ପଟେ ଅସନା ହୋଇ ପଡ଼ିଛି ସହର । ଅଳିଆ ଠିକ୍‌ ସମୟରେ ଉଠୁନି କି ନାଳ ସଫା ହେଉନି । ହେଲେ ମହାନଗର ନିଗମ କୋଠା ସଜେଇବା ପାଇଁ ୨୪ ଲକ୍ଷ ଖର୍ଚ୍ଚ ହୋଇଛି । ଗଛ କିଣାରେ ଦୁର୍ନୀତିର ଗନ୍ଧ ବାରିବା ପରେ ମଧ୍ୟ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ହୋଇନି । ଗଛର ଯତ୍ନ ନନେବାରୁ କେବଳ କୁଣ୍ଡ ଅଛି, କିନ୍ତୁ ଗଛ ନାହିଁ  । ଗଛରେ ନିୟମିତ ପାଣି ନଦେବାରୁ ମରି ଯାଇଛି ଗଛ । କିନ୍ତୁ ବାବଙ୍କୁ ପଚାରିବାକୁ କେହି ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe