କନକ ବ୍ୟୁରୋ : ଖୋଲୁଛି ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ କିଣା ଦୁ୍ର୍ନିତୀ । ଅଧା ଫୁଲ ଗଛ ମରିଯାଇଥିବାବେଳେ ଅଧା କୁଣ୍ଡ ଲୁଚାଇ ଦେଇଛି ମହାନଗର ନିଗମ । ସମ୍ୱଲପୁର ମହାନଗର ନିଗମର ଫୁଲ ଗଛ ଦୁର୍ନୀତିର ଖୋଲୁଛି ପୋଲ୍ । ବିଲ୍ଡିଂ ସଜେଇବାରେ ଉଡ଼େଇ ଦେଲେ ୨୪ ଲକ୍ଷ । ବଜାର ଦରଠାରୁ ୪ଗୁଣା ଅଧିକାରେ କିଣା ହେଇଥିଲା ଗଛ । ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅଧା ଗଛ ଶୁଖିଗଲାଣି । କେଳେଙ୍କାରୀ ଲୁଚାଇବା ପାଇଁ ପୁରା ଯୋଜନା ହୋଇଛି । ସମ୍ୱଲପୁର ମହାନଗର ନିଗମ କୋଠା ସଜେଇବା ପାଇଁ ୨୪ ଲକ୍ଷ ଟଙ୍କାର ଫୁଲ ଗଛ କିଣାହେଲା । ହେଲେ ଏବେ ସେଥିରୁ ଅଧାଗଛ ମରି ଯାଇଥିବା ବେଳେ, କୁଣ୍ଡ ଗୁଡ଼ିକୁ ଲୁଚାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଗୋଟିଏ ପଟେ ଅସନା ହୋଇ ପଡ଼ିଛି ସହର । ଅଳିଆ ଠିକ୍ ସମୟରେ ଉଠୁନି କି ନାଳ ସଫା ହେଉନି । ହେଲେ ମହାନଗର ନିଗମ କୋଠା ସଜେଇବା ପାଇଁ ୨୪ ଲକ୍ଷ ଖର୍ଚ୍ଚ ହୋଇଛି । ଗଛ କିଣାରେ ଦୁର୍ନୀତିର ଗନ୍ଧ ବାରିବା ପରେ ମଧ୍ୟ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ହୋଇନି । ଗଛର ଯତ୍ନ ନନେବାରୁ କେବଳ କୁଣ୍ଡ ଅଛି, କିନ୍ତୁ ଗଛ ନାହିଁ । ଗଛରେ ନିୟମିତ ପାଣି ନଦେବାରୁ ମରି ଯାଇଛି ଗଛ । କିନ୍ତୁ ବାବଙ୍କୁ ପଚାରିବାକୁ କେହି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/13/sbl-2025-08-13-18-49-47.png)