ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜନୀତି, ରୋହିତ ପୂଜାରୀ କହିଲେ, ମନ୍ତ୍ରୀ ପଦ ଲାଗି ଏଭଳି ବୟାନ ଦେଉଛନ୍ତି ଜୟନାରାୟଣ..

Advertisment

 ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜନୀତି, ତାରାଙ୍କ ବୟାନ: ଓଡ଼ିଶାକୁ ଭାଗ କରିବା କଣ ଓଡ଼ିଆ ଅସ୍ମିତା..

 ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜନୀତି, ତାରାଙ୍କ ବୟାନ: ଓଡ଼ିଶାକୁ ଭାଗ କରିବା କଣ ଓଡ଼ିଆ ଅସ୍ମିତା..

ରାଜନୀତିରେ ‘ଉତ୍କଳ ବନାମ କୋଶଳ’

ରାଜନୀତିରେ ‘ଉତ୍କଳ ବନାମ କୋଶଳ’ Photograph: (kanaknews)

କନକ ନ୍ୟୁଜ: ରାଜନୀତିରେ ଏବେ ‘ଉତ୍କଳ ବନାମ କୋଶଳ’ । ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କିଛି ଜୟନାରାୟଣଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହି ବିଜେପିକୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସମ୍ବଲପୁରର ବିଜେଡି ନେତା ରୋହିତ ପୂଜାରୀ କହିଛନ୍ତି, ଜୟନାରାୟଣଙ୍କୁ ଘାରିଛି ମନ୍ତ୍ରୀ ପଦ ।  

ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ତଥା ବିଜେଡି ବିଧାୟକ ପ୍ରତାପ ଦେବ। କଂଗ୍ରେସ ମଧ୍ୟ ଓଡ଼ିଆ ଅସ୍ମିତାର କଥା କହି ସରକାରଙ୍କୁ ଘେରିଛି । ଗତକାଲି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଜୟନାରାୟଣ ମିଶ୍ର ଖୋଲାଖୋଲି କହିଥିଲେ, ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ । ଏହା ଐତିହାସିକ ଭୁଲ୍ ଥିଲା ବୋଲି ଜୟନାରାୟଣ କହି ବିବାଦୀୟ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe