କନକ ବ୍ୟୁରୋ: ଆରମ୍ଭ ହେଲା ଖଣ୍ଡଗିରି ମେଳା, ୬ ତାରିଖରୁ ଦୁଲୁକିବ ଯାତ୍ରା ମଂଚ । ଅଶ୍ଳୀଳ ନୃତ୍ୟକୁ ଜଗିବ ଏକାମ୍ର ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବାହିନୀ ।  ଆଉ ଏହି  ଠେଙ୍ଗା ବାହିନୀକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।  ସୋସିଆଲ ମିଡିଆଠାରୁ ଆରମ୍ଭ କରି  କଳାକାର ଏହାକୁ ନେଇ  ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଖଣ୍ଡିଗିରି ମେଳାରେ  ଅଶ୍ଲୀଳତା ବଢିଛି । ଏହାକୁ ନିୟନ୍ତ୍ରଣ ପାଇଁ  ପ୍ରଶାସନ ସବୁବର୍ଷ କଟକଣା ଜାରିକରୁଛି । କିନ୍ତୁ ଏହିବର୍ଷ  ଠେଙ୍ଗାବାହିନୀ ଗଠନକୁ ନେଇ ଚର୍ଚ୍ଚା ଅଧିକ ବଢିଛି ।   ଅନେକ ସହଜରେ ଗ୍ରହଣ ବି କରିପାରୁନାହାନ୍ତି ।  ବାବୁ ସିଂ ଠେଙ୍ଗାବାହିନୀ ଗଠନକୁ ଯଥାର୍ଥ ବୋଲି କହିଛନ୍ତି । କିନ୍ତୁ ନାଟ୍ୟକାର କହୁଛନ୍ତି ଅଲଗା କଥା ।
 
ଠେଙ୍ଗା ସହ ମହୋତ୍ସବ ବିବାଦ 
ଫେରାଦ ହେଲେ ବିଜେଡି ଟିମ 
ଖଣ୍ଡଗିରିରେ ବାବୁ ସିଂଙ୍କ ଠେଙ୍ଗାବାହିନୀକୁ ନେଇ ନୂଆ ବିବାଦ ଦେଖାଦେଇଛି ।  ସେପଟେ ଅନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବକୁ ନେଇ ବି ନୂଆ ବିବାଦ ଦେଖାଦେଇଛି ।  ପାନ୍ଥିକା ପରିସରରେ ୫,୬ ଓ ୭ ତାରିଖରେ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଭୁବନେଶ୍ବର ସାଂସ୍କୃତିକ ପରିଷଦକୁ ପର୍ୟ୍ୟଟନ ବିଭାଗ ଅନୁମତି ଦେଲା ନାହିଁ  । କିନ୍ତୁ ସେହି ସମାନ ତାରିଖରେ ମହୋତ୍ସବ ପାଇଁ ଅନୁମତି ମିଳିଥିବାରୁ ତାତିଛି ବିଜେଡି । ଆଜି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା ଓ ସୁଶାନ୍ତ ରାଉତ ପର୍ୟ୍ୟଟନ ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି  । ଆନ୍ଦୋଳନ ପାଇଁ ବି ଚେତାବନୀ ଦିଆଯାଇଛି । ଏବେ ଖଣ୍ଡଗିରି ମେଳା ଆରମ୍ଭ ହୋଇସାରିଛି । ଏହାରି ଭିତରେ ପ୍ରଶ୍ନ ଉଠିଛି, ଠେଙ୍ଗା  ଓ ମହୋତ୍ସବ ରାଜନୀତିରେ ପେଶି ହୋଇଯିବ କି ପୁଲିସ ପ୍ରଶାସନ ।