କନକ ବ୍ୟୁରୋ: ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ସବୁଜ ପରିବର୍ତ୍ତେ କମଳା ରଙ୍ଗ ଦିଆଯିବ । ପୂର୍ତ୍ତ ବିଭାଗର ନିର୍ଦ୍ଦେଶ ପରେ ଏବେ ତେଜିଛି ରାଜନୈତିକ ବୟାନବାଜି । ଖୋଦ ପୂର୍ତ୍ତମନ୍ତ୍ରୀ ପ୍ରଶ୍ନବାଣରେ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି । କହିଛନ୍ତି, ସବୁଜ ରଙ୍ଗ କରିବାର କାରଣ କଣ ଥିଲା ତାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ । ପୂର୍ବରୁ ସରକାରୀ କୋଠାଗୁଡିକର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ କରିବାକୁ ନିଷ୍ପତ୍ତି ହୋଇଛି । ବିଜେଡି କହିଛି, ରଙ୍ଗ ବଦଳାଇଲେ ସରକାରଙ୍କ ଚରିତ୍ର ବଦଳେନି । ସୁଶାସନ ଦେଲେ ଲୋକ ଭଲ ପାଇବେ । 

Advertisment
  • ବିଜେପି-ବିଜେଡି ଉପରେ ବର୍ଷିଲା କଂଗ୍ରେସ
  • କୋଠା ରଙ୍ଗ ବଦଳିଲେ କାହାକୁ ଫାଇଦା ?

ରଙ୍ଗକୁ ନେଇ ବିଜେଡି-ବିଜେପି ମଧ୍ୟରେ ବୟାନବାଜି ତେଜିଥିବାବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଦଳ କହିଛି, ବିଜେଡି ସବୁଜ କରିଥିଲେ ୨୪ ବର୍ଷର ଶାସନ ପଳାଇଛି ।  ବିଜେପି ଗେରୁଆ କରି ୫ ବର୍ଷରେ ଶେଷ ହୋଇଯିବ । ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବାହାର କାନ୍ଥ କମଳା ରଙ୍ଗର ହେବାକୁ ଥିବାବେଳେ ବର୍ଡ଼ରରେ ନାଲି ରଙ୍ଗ ଦିଆଯିବ । ଆଉ କାମ ଆରମ୍ଭ ହେଲା ପରେ ରାଜନୀତି ଆହୁରି ବଢିବା ସମ୍ଭାବନା ରହିଛି ।