ଯମୁନା ନଦୀ ପାଣିକୁ ନେଇ ଥମୁନି ରାଜନୀତି ; କେଜ୍ରିୱାଲଙ୍କ ବୟାନ ପରେ ସଫେଇ ଦେଲେ ଆତିଶୀ

Advertisment

ଯମୁନା ନଦୀ ପାଣିକୁ ଥମୁନି ରାଜନୀତି । ନଦୀ ଜଳରେ ବିଷ ମିଶୁଥିବା ନେଇ କେଜ୍ରିୱାଲଙ୍କ ବୟାନ ଉପରେ ଯବାବ ରଖିଲା ଆପ। ନଦୀ ପାଣିରେ ୭୦୦ ଗୁଣା ଅଧିକ ଆମୋନିଆ ମିଶୁଥିବା କହିଲେ ଆତିଶୀ। ସେପଟେ ପ୍ରଦୂଷଣ ପାଇଁ ଆପକୁ ଦାୟୀ କରି ନଦୀ ପାଣି ପିଇବାକୁ ଚ୍ୟଲେଞ୍ଜ ଦେଲେ ରାହୁଲ ଗାନ୍ଧୀ ।

ଯମୁନା ନଦୀ ପାଣିକୁ ଥମୁନି ରାଜନୀତି । ନଦୀ ଜଳରେ ବିଷ ମିଶୁଥିବା ନେଇ କେଜ୍ରିୱାଲଙ୍କ ବୟାନ ଉପରେ ଯବାବ ରଖିଲା ଆପ। ନଦୀ ପାଣିରେ ୭୦୦ ଗୁଣା ଅଧିକ ଆମୋନିଆ ମିଶୁଥିବା କହିଲେ ଆତିଶୀ। ସେପଟେ ପ୍ରଦୂଷଣ ପାଇଁ ଆପକୁ ଦାୟୀ କରି ନଦୀ ପାଣି ପିଇବାକୁ ଚ୍ୟଲେଞ୍ଜ ଦେଲେ ରାହୁଲ ଗାନ୍ଧୀ ।

yamuna water

yamuna water Photograph: (kanakNews)

କନକ ବ୍ୟୁରୋ: ରାଜନୀତୀରେ ଜମୁନା ପାଣି । ଯମୁନା ନଦୀ ପାଣିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି । ଅରବିନ୍ଦ କେଜ୍ରିଓ୍ବାଲ, ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିବା ସହ ଏଥିରେ ବିଷ ମିଶୁଛି ବୋଲି କହିଥିଲେ । ଯାହା ଉପରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଯମୁନା ନବୀରେ କେଉଁ ପ୍ରକାରର ମିଶ ମିଶୁଛି? କିଏ ବିଷ ମିଶୁଛି ବୋଲି ତଥ୍ୟ ଦେଇଛି? ଏବଂ କେଉଁଠି ଓ କେମିତି ଏହା ଠାବ ହୋଇଥିଲା ? ବୋଲି ପ୍ରଶ୍ନ କରିଥିଲେ ନିର୍ବାଚନ କମିଶନ। ଯାହାର ଯବାବ ରଖିଛି ଆପ। 

ଆପ ପକ୍ଷରୁ କୁହାଯାଇଛି ଯେ, ଜଳ ବୋର୍ଡର ତଥ୍ୟା ଅନୁଯାୟୀ ଯମୁନା ପାଣିରେ ‘ଆନୋନିଆ’ର ପରିମାଣ ଅଧିକ ରହିଛି । ଯାହା ମଣିଷ ଶରୀରପ୍ର ତି ଅତ୍ୟନ୍ତ କ୍ଷତିକାରକ ବୋଲି ଆପ ପକ୍ଷରୁ କୁହାଯାଇଛି । ନଦୀ ପାଣିଷ ୭୦୦ ଗୁଣା ଅଧିକ ଆମୋନିଆ ଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । କେଜ୍ରିୱାଲଙ୍କ ବୟାନ ପରେ  ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଯମୁନା ନଦୀର ପାଣି ପିଇଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥିପାଇଁ ଆପକୁ ଦାୟୀ କରିବା ସହ କେଜ୍ରିୱାଲଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe