କନକ ବ୍ୟୁରୋ: ରାଜନୀତୀରେ ଜମୁନା ପାଣି । ଯମୁନା ନଦୀ ପାଣିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି । ଅରବିନ୍ଦ କେଜ୍ରିଓ୍ବାଲ, ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିବା ସହ ଏଥିରେ ବିଷ ମିଶୁଛି ବୋଲି କହିଥିଲେ । ଯାହା ଉପରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଯମୁନା ନବୀରେ କେଉଁ ପ୍ରକାରର ମିଶ ମିଶୁଛି? କିଏ ବିଷ ମିଶୁଛି ବୋଲି ତଥ୍ୟ ଦେଇଛି? ଏବଂ କେଉଁଠି ଓ କେମିତି ଏହା ଠାବ ହୋଇଥିଲା ? ବୋଲି ପ୍ରଶ୍ନ କରିଥିଲେ ନିର୍ବାଚନ କମିଶନ। ଯାହାର ଯବାବ ରଖିଛି ଆପ।
ଆପ ପକ୍ଷରୁ କୁହାଯାଇଛି ଯେ, ଜଳ ବୋର୍ଡର ତଥ୍ୟା ଅନୁଯାୟୀ ଯମୁନା ପାଣିରେ ‘ଆନୋନିଆ’ର ପରିମାଣ ଅଧିକ ରହିଛି । ଯାହା ମଣିଷ ଶରୀରପ୍ର ତି ଅତ୍ୟନ୍ତ କ୍ଷତିକାରକ ବୋଲି ଆପ ପକ୍ଷରୁ କୁହାଯାଇଛି । ନଦୀ ପାଣିଷ ୭୦୦ ଗୁଣା ଅଧିକ ଆମୋନିଆ ଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । କେଜ୍ରିୱାଲଙ୍କ ବୟାନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଯମୁନା ନଦୀର ପାଣି ପିଇଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥିପାଇଁ ଆପକୁ ଦାୟୀ କରିବା ସହ କେଜ୍ରିୱାଲଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/01/30/LScRFc9Vun9fzZ2hBYw3.jpg)