ମହିଳାଙ୍କୁ ନେଇ ଜୋରଧରିଲା ରାଜନୀତି, ସରକାରଙ୍କ କଟାକ୍ଷ, ନବୀନଙ୍କ ଜବାବ

ମହିଳାଙ୍କ ବିକାଶ ପ୍ରସଙ୍ଗକୁ ଅସ୍ତ୍ର କରି ମୋହନ ମାଝୀ, ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ନବୀନ ପଟ୍ଟନାୟକ ବିଜୁ କାର୍ଡ ଖେଳି କାଉଣ୍ଟର ଆଟାକ କରିଛନ୍ତି । କହିଛନ୍ତି ବିଜୁ ବାବୁ ମହିଳାଙ୍କ ସଶକ୍ତରୀକରଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ । କିନ୍ତୁ ଡବଲ ଇଞ୍ଜିନ ସରକାର ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଛି। ଦୁଇ ନେତାଙ୍କ କଥା କଟାକଟିକୁ ନେଇ ରାଜନୈତିକ ବୟାନ ବାଜି ତେଜିଛି । 

sgfdggbv

କନକ ବ୍ୟୁରୋ : ଅନ୍ତର୍ଜାତିକ ମହିଳା ଦିବସରେ, ମହିଳା ସଶକ୍ତିକରଣକୁ ନେଇ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କଥା କଟାକଟି ରାଜ୍ୟ ରାଜନୀତିକୁ ସରଗରମ କରିଛି । ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବଣ୍ଟନ କାର୍ୟ୍ୟକମରୁ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋହନ ମାଝୀ। କହିଛନ୍ତି ୯ ମାସରେ କୋଟିଏ ମହିଳାଙ୍କ ପାଖରେ ଆମ ସରକାର ପହଞ୍ଚିପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ନିନ୍ଦୁକମାନେ ସଫଳତାକୁ ହଜମ କରି ପାରୁ ନାହାଁନ୍ତି। ବିରୋଧୀଙ୍କୁ ଟିକେ ହଜମ ଗୁଳି ଦେବା ଦରକାର। ଅନ୍ୟପଟେ ନବୀନ ଜବାବ ଦେଇ କହିଛନ୍ତି ଏହାଦ୍ୱାରା ମହିଳାମାନେ କୌଣସି ଉପକାର ପାଇବେ ନାହିଁ । ଦିନକୁ ୨୭ ଟଙ୍କା ଦେଇ ବାହା ବାହା ନେଉଛନ୍ତି ।

ମହିଳାଙ୍କ ବିକାଶ ପ୍ରସଙ୍ଗକୁ ଅସ୍ତ୍ର କରି ମୋହନ ମାଝୀ, ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ନବୀନ ପଟ୍ଟନାୟକ ବିଜୁ କାର୍ଡ ଖେଳି କାଉଣ୍ଟର ଆଟାକ କରିଛନ୍ତି । କହିଛନ୍ତି ବିଜୁ ବାବୁ ମହିଳାଙ୍କ ସଶକ୍ତରୀକରଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ । କିନ୍ତୁ ଡବଲ ଇଞ୍ଜିନ ସରକାର ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଛି। ଦୁଇ ନେତାଙ୍କ କଥା କଟାକଟିକୁ ନେଇ ରାଜନୈତିକ ବୟାନ ବାଜି ତେଜିଛି । 

ମହିଳାଙ୍କ ବିକାଶକୁ ନେଇ ଶାସକ- ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ନାରୀ  ନିର୍ଯ୍ୟାତନାକୁ  ପ୍ରସଙ୍ଗ କରି କଂଗ୍ରେସ ଭବନ ଆଗରେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ କରିଛନ୍ତି ମହିଳା କଂଗ୍ରେସ କର୍ମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe