କନକ ବ୍ୟୁରୋ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମୁମ୍ବାଇରେ ଜଣେ ୱେଟଭ ଭାବେ କାମ କରୁଥିବା ମହମ୍ମଦ ସରିଫୁଲ ଇସମାଇଲକୁ ନେଇ ଗୋଟେପରେଗୋଟେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗୋଟେ ପଟେ ଅଭିଯୁକ୍ତର ଓକିଲ ବଡ ଦାବି କରିଥିବେଳ ଏହାକୁ ଖଣ୍ଡନ କରିଛି ମୁମ୍ବାଇ ପୁଲିସ । ମହମ୍ମଦ ପଶ୍ଚିମବଙ୍ଗରୁ ଦୀର୍ଘଦିନ ହେବ ଆସି ମୁମ୍ବାଇରୁ ରହୁଥିଲା ଓ ୱେଟରଭାବେ କାମ କରୁଥିଲା । ସେ ଜଣେ ବାଂଲାଦେଶୀ । ତେବେ ଘଟଣାକୁ ନେଇ ରାଜନୈତିକ ଦଳମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଶିବସେନା ଉଦ୍ଧବ ଗୋଷ୍ଟୀ ବିଜେପି ସରକାରଙ୍କୁ ଦାୟୀ କରିଛି । ପ୍ରଥମେ ବାଂଲଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଏବେ ଏଭଳି କିଛି ବାଂଲାଦେଶୀଙ୍କୁ ଶରଣ ଦେଇ ବିଜେପି ସରକାର ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ଏଥିସହ ସଂଜୟ ରାଉତ କହିଛନ୍ତି ଏଭଳି କରିବା ଦ୍ବାରା ଦେଶର ସୁରକ୍ଷା ବିପଦରେ ପଡିଛି  ।

Advertisment

ସୈଫଙ୍କୁ ଆକ୍ରମଣ: କିଏ ଏହି ମାଷ୍ଟରମାଇଣ୍ଡ?
ମାଷ୍ଟରମାଇଣ୍ଡର ନାଁ ମହମ୍ମଦ ସରିଫୁଲ ଇସମାଇଲ
ଦୀର୍ଘଦିନ ହେବ ମୁମ୍ବାଇରେ ରହି ଆସୁଛି
ହୋଟେଲରେ ୱେଟର ଭାବେ କାମ କରୁଥିଲା
ଅଭିଯୁକ୍ତର ବୟସ ୩୦ବର୍ଷ
ଜଣେ ଶ୍ରମିକ ଠିକାଦାରଙ୍କ ସହାୟତାରେ ପୁଲିସ ଅଭିଯୁକ୍ତକୁ ଧରିଛି
ସିସିଟିଭି ଫୁଟେଜ ଆଧାରରେ ପୁଲିସକୁ ଠୋସ ପ୍ରମାଣ ମିଳିଥିଲା
ମାଷ୍ଟରମାଇଣ୍ଡକୁ ଧରିବାକୁ ପୁଲିସ ୩୫ ଟିମ ଗଠନ କରିଥଲା