କନକ ବ୍ୟୁରୋ: ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ତେଜିଲା ରାଜନୀତି । ବଡ଼ ସ୍କାମ୍ ଅଭିଯୋଗ ଆଣିଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି, ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ଦୁର୍ନୀତି ହୋଇଛି । ଆଗରୁ କେବେ ଓଡ଼ିଶାରେ ଏପରି ହୋଇ ନଥିଲା । ଏହା ୨୦୦ କୋଟିର ସ୍କାମ ବୋଲି କହିଛି ବିଜେଡି । ଏହାର ପାଲଟା ରଖିଛନ୍ତି ଆଇନ ମନ୍ତ୍ରୀ  । କହିଛନ୍ତି, ବିଜେଡି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନପତ୍ର ଲିକ୍ ଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡି ଦେଉ । ତେଣୁ ଗପ କହିବାର କିଛି ମାନେ ନାହିଁ । 

Advertisment