କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଓଡିଶାରେ ବିଜେପି ସରକାର, ଛତିଶଗଡରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥାଇ ଯଦି ପୋଲାଭରମ୍ ପ୍ରକଳ୍ପ ସମସ୍ୟାର ସମାଧାନ ନହେବ ତେବେ ଏହି ସମସ୍ୟାର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ କ୍ର୍ରିୟାନୁଷ୍ଠାନ କମିଟି । ଏନେଇ ଆସନ୍ତା କାଲି ମୋଟୁ ଅଞ୍ଚଳରେ କମିଟି ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନକୁ ବିଜେଡି ସମର୍ଥନ କରିବ । ସୂଚନା ଥାଉକି ମହାନଦୀ ଉପରେ ଛତିଶଗଡ ସରକାର ଉଚ୍ଚ ଉଚ୍ଚ ବ୍ୟାରେଜ ନିର୍ମାଣ କରିଥିବାରୁ ଏହା ଓଡିଶା ପାଇଁ ବିପଦ ସୃଷ୍ଟି କରିଛି । ଚାଷୀ ଆବଶ୍ୟକ ମୁତାବକ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଏବଂ ଏନେଇ ଅନେକଗୁଡିଏ ସମସ୍ୟା ଦେଖା ଦେଇଛି । ଏହି ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି । ହେଲେ ଦୀର୍ଘବର୍ଷ ହେବ ମାମଲାର ସମାଧାନ ନ ହୋଇପାରିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି
ପୋଲାଭରମକୁ ନେଇ ପୁଣି ତେଜିଲା ରାଜନୀତି । ଆସନ୍ତା କାଲି ବିଜେଡି ସମର୍ଥନରେ ଆନ୍ଦୋଳନ କରିବ କ୍ରିୟାନୁଷ୍ଠାନ କମିଟି
ଓଡିଶାରେ ବିଜେପି ସରକାର, ଛତିଶଗଡରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥାଇ ଯଦି ପୋଲାଭରମ୍ ପ୍ରକଳ୍ପ ସମସ୍ୟାର ସମାଧାନ ନହେବ ତେବେ ଏହି ସମସ୍ୟାର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ କ୍ର୍ରିୟାନୁଷ୍ଠାନ କମିଟି । ଏନେଇ ଆସନ୍ତା କାଲି ମୋଟୁ ଅଞ୍ଚଳରେ କମିଟି ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନକୁ ବିଜେଡି ସମର୍ଥନ କରିବ ।
/kanak/media/media_files/2025/02/27/ymjaCUWfcRCIdmDvMdNc.jpg)