ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ୍ ମିଳୁଛି , ତଥାପି କାହିଁକି କମିଲା ଚାଷୀଙ୍କ ପଞ୍ଜିକରଣ ? ବିରୋଧୀଙ୍କ ପ୍ରଶ୍ନ

ଧାନ କିଣା ପଞ୍ଜିକରଣ ନେଇ ତେଜିଲା ରାଜନୀତି ।  ବିଜେଡି କହିଲା, ୨୦୨୩-୨୪ ତୁଳନାରେ କମିଛି ପଞ୍ଜିକରଣ । ବିଭାଗୀୟ ମନ୍ତ୍ରୀଙ୍କ ସୂଚନା, କରାଯାଉଛି ଅନୁଧ୍ୟାନ ।  

16paddy

କନକ ବ୍ୟୁରୋ:  ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିବା ସତ୍ୱେ କମିଲା ଚାଷୀଙ୍କ ପଞ୍ଜିକରଣ । ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକୃତ କରିଥିଲେ । ଚଳିତ ବର୍ଷ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ପ୍ରାୟ ୨୩ ହଜାର ଚାଷୀଙ୍କ ପଞ୍ଜିକରଣ ହ୍ରାସ ପାଇଛି । ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ଏହି ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ତେବେ କାହିଁକି କମିଲା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe