କନକ ବ୍ୟୁରୋ : ରେଭେନ୍ସା ନାଁ ପରିବର୍ତ୍ତନକୁ ନେଇ ସାରା ରାଜ୍ୟରେ ଜାରି ରହିଛି ବିତର୍କ। ଏହି ସମୟରେ ଓଡ଼ିଶାର ଇତିହାସକୁ ନେଇ ମଧ୍ୟ ତର୍କବିତର୍କ କରାଯାଉଛି। ଏହାରି ଭିତରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରେଭେନ୍ସା ନାମ ପରିବର୍ତନ ପ୍ରସଙ୍ଗ ଉଠାଇନଥିଲେ ମଧ୍ୟ ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଥିବା କହିଛନ୍ତି। ନବୀନ କହିଛନ୍ତି, ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ବ। ମହାପୁରୁଷଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ବାରା ଗଢି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନଙ୍କ ଅବଦାନ ରହିଛି। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପିଢି ପାଇଁ ଏହା କି ବାର୍ତ୍ତା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟର ଜବାବ ରଖିଛି ବିଜେପି। ବିଧାୟକ ଜୟନାରାୟଣ ମିଶ୍ର ଲେଖିଛନ୍ତି, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ। ୨୫ ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଲୋକେ ତାକୁ ବୁଝି ଠିକଣା ଜବାବ ଦେଇଛନ୍ତି। ସେଥିପାଇଁ ଆପଣଙ୍କ ନେତୃତ୍ବାଧୀନ ସରକାରକୁ ବିଦା କରିଛନ୍ତି। ପୁରୀର ମଠ ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା ବେଳେ ଐତିହ୍ୟ କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହ ଅନେକ ପ୍ରସଙ୍ଗରେ ନବୀନଙ୍କୁ ଘେରିଛନ୍ତି ଜୟନାରାୟଣ ମିଶ୍ର।
ଓଡ଼ିଆ ଅସ୍ମିତାକୁ ନେଇ ତେଜିଲା ରାଜନୀତି । ନବୀନଙ୍କ ଟ୍ୱିଟ୍ ଉପରେ ଜୟନାରାୟଣ ମିଶ୍ରଙ୍କ ଜବାବ
ରେଭେନ୍ସା ନାମ ପରିବର୍ତନ ପ୍ରସଙ୍ଗ ଉଠାଇନଥିଲେ ମଧ୍ୟ ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଥିବା କହିଛନ୍ତି। ନବୀନ କହିଛନ୍ତି, ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ବ। ମହାପୁରୁଷଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ବାରା ଗଢି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।