କନକ ବ୍ୟୁରୋ : କଂଗ୍ରେସ ନେତ୍ରୀ ସୋନାଲିଙ୍କ ବୟାନକୁ ନେଇ ବିଜେପିର କାଉଣ୍ଟର । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଉପରେ କଂଗ୍ରେସ ନେତ୍ରୀ ସୋନାଲିଙ୍କ ବୟାନକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ଡ ଐଶ୍ୱର୍ଯ୍ୟା ବିଶ୍ଵାଳ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କୋଇଲାକୁ ଯେତେ ଧୋଇଲେ ବି ସିଏ କଳା ରହିବ । ପ୍ରଧାନମନ୍ତ୍ରୀଙ୍କ ବାବଦରେ ଅତି ନିମ୍ନ ମନ୍ତବ୍ୟ ଦେଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିବା ତଥା ଛୋଟ ଦେଖାଇବାକୁ ଚେଷ୍ଟା କରିଛି କଂଗ୍ରେସ । ଭାରତବାସୀ ଏହାକୁ କ୍ଷମା ଦେବେ ନାହିଁ । ପୂର୍ବରୁ ପିଏମଙ୍କ ମା’ ନାଁରେ ମଧ୍ୟ ଅଭଦ୍ର ମନ୍ତବ୍ୟ ଦେଇଥିଲା କଂଗ୍ରେସ । ଯାହା କେବେବି ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ଅଣଦେଖା କରାଯାଉନାହିଁ । ଓଡ଼ିଶା ରାଜ୍ୟକୁ ଅଧିକ ଟଙ୍କା କେନ୍ଦ୍ର ଦେଉଛି । ଯାହା କଂଗ୍ରେସ ହଜମ କରିପାରୁନାହିଁ । କଂଗ୍ରେସର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଡବଲ ଇଞ୍ଜିନ ସରକାରଙ୍କ ମୁଖିଆ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ମିଛ କହିବା ସହ ଲୁଟ୍ କରୁଛନ୍ତି ବୋଲି କହିଥିଲେ । ଭୋଟ୍ ଚୋରିର ପର୍ଦ୍ଦାଫାଶ କରିବା ପରେ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବେଶ୍ କମିଛି । ତେଣୁ ସେପ୍ଟେମ୍ବର ୨୩ ରୁ ନିଜ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ଗରିବ, ଖଟିଖିଆ ଓ ଶ୍ରମିକଙ୍କ କୋଟି କୋଟି ଟଙ୍କାର ଟ୍ୟାକ୍ସ ପଇସାରେ ସଭା ସମିତି କରୁଛନ୍ତି । ଗତଥର ଜଗନ୍ନାଥ ଡାକିଲେ ବୋଲି ବନ୍ଧୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ନାକଚ କରି ଓଡ଼ିଶା ଆସିଲେ । ତେବେ ଏଥର କ’ଣ ଜଗନ୍ନାଥ ଓଡ଼ିଶା ଲୁଟ୍ କରିବା ପାଇଁ ଡାକିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ।

Advertisment