ନବୀନଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ଗିରିରାଜଙ୍କ ବୟାନକୁ ନେଇ କଳି । ସ୍ବର ମିଳାଇଲା ବିଜେଡି । କଂଗ୍ରେସ କହିଲା, ବିଜେଡି-ବିଜେପି ଏକାଠି

Advertisment

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ଦାବି କରାଯାଉଥିବା ବେଳେ ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ନେଇ ଦାବି ହୋଇଛି। ଯାହା ଓଡ଼ିଶାର ରାଜନୈତିକ ଚର୍ଚ୍ଚା ପାଇଁ ବଡ଼ ଖୋରାକ ଯୋଗାଇଛି।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ଦାବି କରାଯାଉଥିବା ବେଳେ ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ନେଇ ଦାବି ହୋଇଛି। ଯାହା ଓଡ଼ିଶାର ରାଜନୈତିକ ଚର୍ଚ୍ଚା ପାଇଁ ବଡ଼ ଖୋରାକ ଯୋଗାଇଛି।

କଳି ଲଗାଇଲେ କେନ୍ଦ୍ରମନ୍ତ୍ରୀ

କଳି ଲଗାଇଲେ କେନ୍ଦ୍ରମନ୍ତ୍ରୀ Photograph: (KanakNews )

କନକ ବ୍ୟୁରୋ:କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ଦାବି କରାଯାଉଥିବା ବେଳେ ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ନେଇ ଦାବି ହୋଇଛି। ଯାହା ଓଡ଼ିଶାର ରାଜନୈତିକ ଚର୍ଚ୍ଚା ପାଇଁ ବଡ଼ ଖୋରାକ ଯୋଗାଇଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏଭଳି ଚର୍ଚ୍ଚା କାହିଁକି ହେଉଛି, ତାହା ସେ ଜାଣନ୍ତି ନାହିଁ।

ନବୀନଙ୍କୁ ଭାରତରତ୍ନ ଦେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେଡି ନେତା। ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଦେଶ ପ୍ରତି ଅନେକ ଅବଦାନ ରହିଛି। ତେଣୁ ଏମାନେ ଭାରତ ରତ୍ନ ଠାରୁ ବହୁତ ଊର୍ଦ୍ଧ୍ବରେ ବୋଲି ଦଳ କହିଛି। ବିଜେପି କିନ୍ତୁ ଏହା ଗିରିରାଜ ସିଂଙ୍କ ବ୍ୟକ୍ତିଗତ ମତ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛି। ସେପଟେ କଂଗ୍ରେସ କଟାକ୍ଷ କରି କହିଛି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ପୂର୍ବଭଳି ଭଲ ରହିଛି। ବିଜେପି ଦଳ ଯାହାକୁ ଚାହିଁବେ, ତାଙ୍କୁ ଭାରତ ରତ୍ନ ଦେଇପାରିବେ। 

ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଏ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଏତିକିବେଲେ ନବୀନଙ୍କ ଭାରତ ରତ୍ନ ପ୍ରଦାନ ନେଇ ପ୍ରସ୍ତାବ ପୁଣିଥରେ ବଡ଼ ବିତର୍କ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe