କନକ ବ୍ୟୁରୋ : ଯେବେ ସିନେମା ରିଲିଜ ହୋଇଥିଲା ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା । ଏପରିକି ରିଲିଜ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେରଳ ସରକାର । ଏବେ ପୁଣି ଥରେ ସମାନ କଥାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ପି.ବିଜୟନ । ଦ କେରଳ ଷ୍ଟୋରିର କାହାଣୀକୁ ପ୍ରବଳ ବିରୋଧ କରିବା ସହ ଏହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି । ସିନେମାର କାହାଣୀ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି । କେରଳ ଛବି ଖରାପ କରୁଛି । ମିଥ୍ୟା ତଥ୍ୟ ଆଧାରିତ ସିନେମାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ  ସମ୍ମାନିତ କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଜୁରି ସଂଘ ବିଭାଜନକାରୀ ବିଚାରଧାରାରେ ଆଧାରିତ ଏକ କାହାଣୀକୁ ସ୍ୱୀକୃତି ଦେଇଛନ୍ତି । କେରଳ ଏପରି ଏକ ରାଜ୍ୟ ଯାହା ସର୍ବଦା ସଦଭାବନା, ଶାନ୍ତି ଏବଂ ଭାଇଚାରା ପାଇଁ ଜଣାଶୁଣା । ଏହି ନିଷ୍ପତ୍ତି କେରଳରେ ରହୁଥିବା ଲୋକମାନଙ୍କୁ ଅପମାନିତ କରିଛି । ଏହା କେବଳ ମାଲାୟଲୀମାନଙ୍କର ଚିନ୍ତା ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ବିଧାନର ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତା। ଆମକୁ ଏକାଠି ଏହା ବିରୁଦ୍ଧରେ ସ୍ୱର ଉଠାଇବା ଉଚିତ ।' ଜୁରୀ ସଦସ୍ୟଙ୍କୁ ସମାଲୋଚନା କରିବା ସହ ପୁନର୍ବାର ବିଚାର କରିବାକୁ ବିଜୟନ ପରାମର୍ଶ ଦେଇଛନ୍ତି ।  ଶୁକ୍ରବାର ଘୋଷଣା କରାଯାଇଥିବା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଦ କେରଳ ଷ୍ଟୋରି ଦୁଇଟି ଶ୍ରେଣୀରେ ସମ୍ମାନ ହାତେଇଛି

Advertisment

ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଓ ସର୍ବଶ୍ରେଷ୍ଠ ସିନେମାଅଟୋଗ୍ରାଫି ସମ୍ମାନ ପାଇବା ପରେ ଚିହିଁକି ଉଠିଛନ୍ତି କେରଳ ସରକାର । ୨୦୦୩ ମେ ୫ରେ ରିଲିଜ ହୋଇଥିଲା ଦ କେରଳ ଷ୍ଟୋରି । ସୁଦୀପ୍ତୋ ସେନଙ୍କ ଦ୍ବାରା ନିର୍ଦ୍ଦେଶିତ ସିନେମାରେ ଲଭ ଜିହାଦ ମାଧ୍ୟମରେ ଝିଅଟିକୁ ଇସଲାମିକ୍ ଷ୍ଟେଟରେ ସାମିଲ କଥାକୁ ଉପସ୍ଥାପନ କରାଯାଇଥିଲା ।  ମୁକ୍ତିଲାଭ ପରଠୁ ବିବାଦରେ ରହିଥିଲା ଦ କେରଳ ଷ୍ଟୋରି ।