ବୌଦ୍ଧ ରାମଲୀଳା ଯାତ୍ରାକୁ ନେଇ ରାଜନୀତି, ବିଧାୟକ ଓ ଏନଏସି ଅଧ୍ୟକ୍ଷ ମୁହାଁମୁହିଁ

Advertisment

ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ରାମଲୀଳା ଯାତ୍ରା କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ଅନୁମତି  ଦେଇନାହିଁ  । ଆଉ ଏହା ବିରୋଧରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ  ହନୁମାନ ଚାଳିଶା ପାଠ କରି ଅଭିନବ ପ୍ରତିବାଦ କରାଯାଇଛି ।

ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ରାମଲୀଳା ଯାତ୍ରା କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ଅନୁମତି  ଦେଇନାହିଁ  । ଆଉ ଏହା ବିରୋଧରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ  ହନୁମାନ ଚାଳିଶା ପାଠ କରି ଅଭିନବ ପ୍ରତିବାଦ କରାଯାଇଛି ।

Ramalila

Photograph: (KanakNews )

କନକ ବ୍ୟୁରୋ : ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ରାମଲୀଳା ଯାତ୍ରା କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ଅନୁମତି  ଦେଇନାହିଁ  । ଆଉ ଏହା ବିରୋଧରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ  ହନୁମାନ ଚାଳିଶା ପାଠ କରି ଅଭିନବ ପ୍ରତିବାଦ କରାଯାଇଛି । ବୌଦ୍ଧରେ ପ୍ରସିଦ୍ଧ ରାମଲୀଳା ଯାତ୍ରାକୁ ନେଇ ବିଧାୟକ ଓ ଏନଏସି ଅଧ୍ୟକ୍ଷ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ପତ୍ର ପାଇବା ପରେ  ରାଜନୀତି ତେଜିଛି । ବିଧାୟକଙ୍କୁ ଟାର୍ଗେଟ କରି ଏନଏସି ଅଧ୍ୟକ୍ଷ କହିଛନ୍ତି, ପ୍ରଶାସନ ଅନୁମତି ନ ଦେବା ଏକ ବାହାନା ମାତ୍ର । ଏହାରି ପଛରେ କିଛି ପ୍ରଭାବଶାଳୀ ଲୋକଙ୍କ ହାତ ଅଛି ଏବଂ ସେମାନେ କୁଚକ୍ରାନ୍ତ କରି ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଛନ୍ତି ।  ଏନ.ଏ.ସି ଅଧ୍ୟକ୍ଷ ଙ୍କ  ଆକ୍ଷେପ କୁ ଖଣ୍ଡନ କରି ବୌଦ୍ଧ ବିଧାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର କୌଣସି ବି ଷ୍ଟାଡିୟମରେ ଖେଳ ଛଡା ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ  ।  

ଗତ କିଛିବର୍ଷ ହେଲା ରାମଲୀଳା ଯାତ୍ରାର ଅନ୍ତିମ ଦିବସ ରେ ଜିଲ୍ଲା ଷ୍ଟାଡିୟମ ଠାରେ ଆକର୍ଷଣୀୟ ଆତିଶବାଜି ଓ ରାମ ରାବଣ ଙ୍କ ଯୁଦ୍ଧ ହେଇଥାଏ । ଆଉ ଏହାକୁ ଦେଖିବାକୁ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ହଜାର ହଜାର ଦର୍ଶକ ଆସିଥାନ୍ତି । ରାମ ଓ ରାବଣ ଙ୍କ ଯୁଦ୍ଧ ଦିନ ମାନସିକଧାରୀଙ୍କ ଦ୍ବାରା ପ୍ରସ୍ତୁତ ଆତସବାଜି କାର୍ଯ୍ୟକ୍ରମ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ହେଲେ ଚଳିତ ବର୍ଷ ଜିଲ୍ଲା ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ । ବୌଦ୍ଧ ବିଧାୟକ ଓ ଏନ.ଏ.ସି ଅଧ୍ୟକ୍ଷ ଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟରେ  ପ୍ରଶ୍ନ ଉଠିଛି, ଆତସବାଜି କାର୍ଯ୍ୟକ୍ରମ କେଉଁଠି ହେବ? ରାଜନୀତିରେ ବଳିପଡିଯିବନି ତ ଯାତ୍ରା ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe