କନକ ବ୍ୟୁରୋ : ମହାକୁମ୍ଭରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । କେବେ ଦଳାଚକଟା ତ ପୁଣି କେବେ ଅଗ୍ନିକାଣ୍ଡ । ଆଉ କେବେ ପ୍ରୟାଗରାଜରେ ପହଁଚିବା ପୂର୍ବରୁ ଷ୍ଟେସନରେ ଚାଲିଛି ଶ୍ରଦ୍ଧାଳୁଙ୍କ ଜୀବନ । ଲଗାତାର ଘଟୁଥିବା ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ ଉତରପ୍ରଦେଶ ସରକାରଙ୍କୁ ଦାୟୀ କରି ଆସୁଛନ୍ତି ବିରୋଧୀ । ଆଜି ଏହାର ଜବାବ ଦେଇ ସମାଲୋଚକଙ୍କ ମୁହଁ ଚୁପ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସ୍ଥାର କାଯ୍ୟକ୍ରମରେ ବଦନାମ କରିବା ଏକ ତୁଚ୍ଛ ରାଜନୀତି ବୋଲି କହିଛନ୍ତି ଯୋଗୀ
ଅନ୍ୟପଟେ ତ୍ରିବେଣୀ ସଙ୍ଗମ ଜଳ ପ୍ରଦୁଷିତ ହେଉଥିବା, ବ୍ୟାକ୍ଟେରିଆର ବଢ଼ୁଥିବା ନେଇ ଯେଉଁ ରିପୋର୍ଟ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତାକୁ ଖାରଜ କରିଛନ୍ତି ଉତରପ୍ରଦେଶ ସରକାର । ଏପରିକି ଆଜି ଗୃହରେ ଟେଷ୍ଟ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମହାକୁମ୍ଭ ପରି ବିଶାଳ ଓ ଭବ୍ୟ ଆୟୋଜନ ପୂର୍ବ ସରକାର କେବେବି କରିନଥିଲେ କିନ୍ତୁ ବିଜେପି ସରକାର ସଫଳତାର ସହ ଆୟୋଜନ କରିବାକୁ ନେଇ ବିରୋଧୀ ଇର୍ଷାନିତ୍ବ ହେଉଥିବା କହିଛନ୍ତି ଯୋଗୀ ।ସେପଟେ ୟୁପି ସରକାର ନିଜ ବିଫଳତା ଲୁଚାଉଥିବା କହି ଟାର୍ଗେଟ କରିଛନ୍ତି ସପା ଓ ଟିଏମସି
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆ ୨୬ରେ ଶେଷ ହେବ । ଏହା ଭିତରେ ଭିଭିଆଇପି ବ୍ୟକ୍ତିବିଶେଷଙ୍କ ସହ ବିରୋଧୀ ଦଳ ନେତାମାନେ ପର୍ହଚି ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି ।ତେବେ ଅଘଟଣକୁ ପ୍ରସଙ୍ଗ କରି ଯୋଗୀ ସରକାରଙ୍କୁ ଟାର୍ଗେଟ କରିବାକୁ କୌଣସି ଗୋଟିଏ ବି ମୌକା ହାତ ଛଡା କରୁନାହାଁନ୍ତି ବିରୋଧୀ