କନକ ବ୍ୟୁରୋ: ଗୋଟିଏ ସମସ୍ୟାର ସମାଧାନ କଲେ ଆଉ ଗୋଟିଏ ସମସ୍ୟା ଉପୁଜେ । ବିଜେପି ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ ସହାୟତା ବୃଦ୍ଧି କରିଛନ୍ତି । ଫଳରେ ଯେଉଁ ଚାଷୀ ଅନ୍ୟ ଚାଷ କରୁଥିଲେ ସେମାନେ ବର୍ତ୍ତମାନ ଧାନ ଚାଷ କରୁଛନ୍ତି । ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ । ଅନ୍ୟ ଫସଲକୁ ପ୍ରୋତ୍ସାହନ କିପରି ମିଳିବ ସେନେଇ ସରକାର ଯୋଜନା କରୁଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେପଟେ ବିଜେଡି କହିଛି, ସରକାରକୁ ଆସିଲା ପରେ ମାନିଲେ ଏଫ୍‌ସିଆଇରେ ସମସ୍ୟା ଅଛି । ୧ କୋଟି ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ପାଇଁ ଚୁକ୍ତି ହୋଇଥିଲା । ୧ କୋଟି ଲକ୍ଷ ମେଟ୍ରିକ୍ ଟନ୍ ଧାନରୁ ୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନର ଚାଉଳ ବାହାରେ । ୨୮ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ପଡେ । ସରପ୍ଲସ ୩୪ ଲକ୍ଷ ମେଟ୍ରିକ୍ ଟନ୍ । ପୂର୍ବରୁ ସର୍ବାଧିକ ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରୁ ଉଠାଇଛି ଏଫ୍‌ସିଆଇ । ମନ୍ତ୍ରୀ ଏବେ ସ୍ୱୀକାର କରୁଛନ୍ତି ଏଫ୍‌ସିଆଇରେ ସମସ୍ୟା ଅଛି। ଗୋଦାମ ଯେତିକି ଅଛି ସବୁ ଫୁଲ । ଅତୀତରେ ଯେତିକି ହେଉଥିଲା ଅଧିକାଂଶ ମିଲରଙ୍କ ପାଖରେ ଚାଉଳ ରହୁଥିଲା। ସରକାର ନିଜ ଗୋଡ଼କୁ ନିଜେ ମାରିଛନ୍ତି । ୮ ଶହ ଟଙ୍କା ଇନପୁଟ ସହାୟତା ରାଶି ଦେବା ପରେ ଆଉ କେତେ ବଜେଟ ରହିବ ଯେ, ଅନ୍ୟ ଚାଷକୁ ପ୍ରୋତ୍ସାହନ କରିବେ । ଅଧିକ ଧାନ ଚାଷ ଏହାଦ୍ୱାରା କରିବେ ଚାଷୀ। କିନ୍ତୁ ଡାଲି ଜାତୀୟ ହେଉ ବା ଚିନାବାଦାମ ଚାଷ କେମିତି ପ୍ରୋତ୍ସାହିତ ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବେ।