କନକ ବ୍ୟୁରୋ : ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ ପରେ ତେଜିଲା ରାଜନୀତି । ବିଗତ ଦିନରେ ଦଳ ବିରୋଧୀ କାମ କରିଥିବାରୁ ନିଲମ୍ବନ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା ବିଜେଡି । ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନାହିଁ ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କର ଦାୟିତ୍ବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ସୋସିଆଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଓ ଭିକ୍ଟିମ କାର୍ଡ ଖେଳୁଥିବା କହିଛନ୍ତି ସ୍ନେହାଙ୍ଗିନି ଛୁରିଆ । ବିଗତ ଗୋଟିଏ ବର୍ଷରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ହେଉ ଅବା ନବୀନ ନିବାସ, ଜନ ସମ୍ପର୍କ ପଦଯାତ୍ରା, ରାଜଭବନ ଆଗରେ ପ୍ରତିବାଦ ବେଳେ ବି ସେ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯେତେବେଳେ ଯାହା ଦଳର ପଦ,ପଦବୀ ଦିଆଗଲା ସେଥିରେ ତାଙ୍କ ନାଁ ରହିଥିଲା । ମୁଖପାତ୍ର ପଦବୀ ହେଉ କି ଜେନେରାଲ ସେକ୍ରେଟାରି ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପ୍ରତି ପଦ,ପଦବୀ ସେ ଗ୍ରହଣ କରିଛନ୍ତି । କେବେ ମନା କରିନାହାନ୍ତି । ଅଗଷ୍ଟ ମାସରେ ମହିଳା ୱେଲଫେୟାର କମିଟି ମେମ୍ବର ଘୋଷଣା କଲେ ତାକୁ ସେ ଗ୍ରହଣ କରିଥିଲେ । ଯଦି ସେ ଦଳର ସଦସ୍ୟ ନଥିଲେ ଏସବୁକୁ କିଭଳି ଗ୍ରହଣ କଲେ ବୋଲି ବିଜେଡି ପ୍ରଶ୍ନ କରିଛି ।
ତେବେ ବିଜେଡିର ସାମ୍ବଦିକ ସମ୍ମିଳନୀ ପରେ ସୋସିଆଲ ମିଡିଆରେ ଜବାବ ରଖିଛନ୍ତି ଶ୍ରୀମୟୀ ମିଶ୍ର । କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିବା କହିଛନ୍ତି ଶ୍ରୀମୟୀ । ଏହାସହ ବିଜେଡି ନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଓ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଗଣମାଧ୍ୟମରେ କେତେ ପ୍ରକାରର ବୟାନରେ କେତେଥର ୟୁଟର୍ଣ୍ଣ ନେଇଛନ୍ତି ତାହା ସେମାନେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବେ ଓ ତା'ର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡୁଥିବା ଲେଖିଛନ୍ତି ଶ୍ରୀମୟୀ । ୨୦୨୪ ଫେବୃୟାରୀ ମାସରୁ ବାରମ୍ବାର ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲି । ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ବ୍ୟକ୍ତିଗତ ଅଭିଜ୍ଞତା, ଯେଉଁଠି ଆତ୍ମସମ୍ମାନ ଓ ଆତ୍ମଗୌରବ ଉପରେ ଆଘାତ ଲାଗିଛି । ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲେ,ତାଙ୍କଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲେ କିନ୍ତୁ ସେହି ସମୟରେ ତାଙ୍କ ନୀରବତା ନିରାଶ କରିଥିବା ଲେଖିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ ପରେ ତେଜିଲା ରାଜନୀତି : ସୋସିଆଲ ମିଡିଆରେ ଜବାବ ରଖିଲେ ଶ୍ରୀମୟୀ
ବିଗତ ଦିନରେ ଦଳ ବିରୋଧୀ କାମ କରିଥିବାରୁ ନିଲମ୍ବନ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା ବିଜେଡି । ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ ।
/kanak/media/media_files/2025/09/24/srimayee-2025-09-24-16-27-44.jpg)