କନକ ବ୍ୟୁରୋ : ଶୀତ ଅଧିବେଶନ ସରିବାବେଳକୁ ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଏହି ବ୍ୟାଗ । ଏହା କୌଣସି ସାଧାରଣ ବ୍ୟାଗ ନୁହେଁ ଏହା ସାଂସଦଙ୍କୁ ସାଂସଦ ଦେଇଥିବା ଉପହାର ବ୍ୟାଗ । ୧୯୮୪ ଶିଖ ଦଙ୍ଗା ବ୍ୟାଗରେ ରକ୍ତ ଛିଟା ଦାଗ ସାଙ୍ଗକୁ ବନ୍ଧୁକ ଚିହ୍ନ । ଇଏ ସେହି ଘଟଣା ଯାହା ପାଇଁ ଆଜି ବି କଂଗ୍ରେସକ ଶିଖ ବିରୋଧୀ କହି ଆସୁଛି ବିଜେପି । ତେବେ ପ୍ରିୟଙ୍କା ଭାବିଥିଲେ ବ୍ୟାଗ ଚାଲ ଖେଳି ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ଘେରିବେ । ଏପରିକି ପାଲେଷ୍ଟାଇନ, ବାଂଲାଦେଶ, ମୋଦୀ-ଆଦାନୀ ଭାଇ ଭାଇ ଲେଖା ବ୍ୟାଗ ନେଇ ସଂସଦକୁ ଆସିଥିଲେ ପ୍ରିୟଙ୍କା । କିନ୍ତୁ ଶେଷ ଦିନରେ ସବୁ ଭଣ୍ଡୁରୁ କରିଛି ବିଜେପି । ଅଧିବେଶନ ସରିବା ସମୟରେ ଦଳ ମୌକା ହାତ ଛଡା କରିନି ଆଉ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଶିଖ ଦଙ୍ଗା ବ୍ୟାଗ ଉପହାର ଦେଇ ପାଟି ଚୁପ କରିଦେଇଛନ୍ତି ।
ଡିସେମ୍ବର ୧୦ରେ ମୋଦୀ-ଆଦାନୀ ବ୍ୟାଗ । ୧୬ରେ ପାଲେଷ୍ଟାଇନ ବ୍ୟାଗ । ୧୭ରେ ବାଂଲାଦେଶ ବ୍ୟାଗ । ଯେଉଁ ସମୟରେ ସଂସଦର ଶୀତ ଅଧିବେଶନ ବିରୋଧୀଙ୍କ ହଟଗୋଳ ପାଇଁ ଚାଲିପାରୁନଥିଲା ସେହି ସମୟରେ ଧ୍ୟାନ ଆକର୍ଷଣ କରିଥିଲା ସଂସଦରେ ନୂଆକରି ଏଟ୍ରିଂ କରିଥିବା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଭଳିକି ଭଳି ବ୍ୟାଗ । ଏହି ବ୍ୟାଗ ନେଇ ଆସିବା ପଛରେ ନା ଥିଲା ସୌକ, ନା ବ୍ରାଣ୍ଡ ନା ଦାମ । ଥିଲା କେବଳ ରାଜନୈତିକ ଉଦ୍ଦେଶ୍ୟ । ବୟାନବାଜିରେ ବିଜେପିକୁ ଘାଇଲା କରୁଥିବା କଂଗ୍ରେସ ଏଥରକ ଭିନ୍ନ ଏକ ଢ଼ଙ୍ଗରେ ଶାଣିତ ଆକ୍ରମଣ କରିବାକୁ ପ୍ରିୟଙ୍କା ପ୍ରୟାସ କରିଥିଲେ ।
ବ୍ୟାଗ ହେଉକି ବୟାନ । ସଂସଦ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ବିରୋଧ କରି ଆସୁଛନ୍ତି । ଆଉ ଅଧିବେଶନ ସରିବା ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ସାଂସଦଙ୍କ ଠେଲାପେଲାରେ ବିଜେପି ସାଂସଦ ଆହତ ହେବା ଅଭିଯୋଗକୁ ନେଇ ଉଭୟ ଗୃହ ଅନିଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ମୁଲବତୀ ଅର୍ଥାତ ଅଧିବେଶନ ଶେଷ ହୋଇଛି । ।