ଖଣିଚୋରି ନେଇ ତେଜିଲା ରାଜନୀତି, ବିଜେପି, ବିଜେଡି ପରେ ମୁହଁ ଖୋଲିଲା କଂଗ୍ରେସ

Advertisment

ବଡ଼ମାଛ ଫସିବେ କି? ନେତା, ମାଫିଆ, ଅଧିକାରୀ ମୁଧଚନ୍ଦ୍ରିକାର ପର୍ଦ୍ଦାଫାସ୍ ହେବ କି?

ବଡ଼ମାଛ ଫସିବେ କି? ନେତା, ମାଫିଆ, ଅଧିକାରୀ ମୁଧଚନ୍ଦ୍ରିକାର ପର୍ଦ୍ଦାଫାସ୍ ହେବ କି?

ଖଣିଚୋରି ନେଇ ତେଜିଲା ରାଜନୀତି

ଖଣିଚୋରି ନେଇ ତେଜିଲା ରାଜନୀତି Photograph: (kanakNews)

କନକ ବ୍ୟୁରୋ; ସୁନ୍ଦରଗଡ କୋଇଲା ଲୁଟ ନେଇ କନକ ନ୍ୟୁଜର ପର୍ଦ୍ଦାଫାସ ପରେ ଆକ୍ସନରେ ଜିଲ୍ଲାପ୍ରଶାସନ । ଚୋରା କୋଇଲା ଖୋଜୁଖୋଜୁ ଭୋଗ୍ରାକଚ୍ଛାର ଜଙ୍ଗଲରେ ଜିଲ୍ଲା ପ୍ରଶାସନର ଟିମ୍  ପାଇଛି ବଡ ଇଟା ଭାଟି । ଏଠାରେ ଶହଶହ ଟନ୍ ଚୋରା କୋଇଲାକୁ ଏହି ଇଟା ଭାଟିରେ ଲଗାଯାଇଥିଲା । ବିନା ଅନୁମତିରେ ରିର୍ଜଭ ଫରେଷ୍ଟ ଭିତରେ ଚାଲିଥିଲା ଲକ୍ଷଲକ୍ଷ ଟଙ୍କାର ଇଟାଭାଟି । ଆଉ ନୋଟିସ କି ସମନ ନାହିଁ ଫଏସଲା ଅନ ଦ ସ୍ପଟ କରିଛନ୍ତି, ଉପଜିଲ୍ଲପାଳ ଦାଶରଥୀ ସରାବୁ ।

ନିଜେ ଇଟା ଭଟାକୁ ଭାଙ୍ଗିବା ଆରମ୍ଭ କରିଥିବା ବେଳେ ଶେଷରେ ଥକି ପଡି ଜେସିବି ଆଣି ସଂପୂର୍ଣ୍ଣ ଇଟାଭଟାକୁ ଭାଙ୍ଗି ଦେଇଛନ୍ତି। ଅନ୍ୟପଟେ ଆଜି ଏମସିଏଲ ର ବସୁନ୍ଧରା କାର୍ଯ୍ୟାଳୟରେ ପହଚିଂଛି ସ୍ୱତନ୍ତ୍ର ଏନଫୋର୍ସମେନ୍ଟ ଟିମ୍ । ଏମସିଏଲ କୁ ଆବଂଟିତ ଜମିରେ କିଭଳି ଏହି ଚୋରା କାରବାର ଚାଲିଥିଲା ତାହା ଉପରେ ପ୍ରଶ୍ନ କରିବା ସହ ଏମସିଏଲ ଅଫିସରେ ବିଭିନ୍ନ ଦସ୍ତାବିଜ ଯାଂଚ କରିଛି । ଡ୍ରୋନ ସର୍ଭେ ପରେ ଚୋରା ଖଣି ଫୁଟେଜର ଯାଂଚ କରୁଛି ସ୍ୱତନ୍ତ୍ର ଏନଫୋର୍ସମେନ୍ଟ ଟିମ୍ । କେତେ ଜମି ରୁ କେତେ କୋଇଲା ଚୋରି କରାଯାଇଛି ତାର ଆକଳନ ସରିଛି । ରିପୋର୍ଟ କୁ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯିବ ।

ଏପଟେ ଖଣି ଚୋରି ନେଇ ସାମ୍ନା କୁ ଆସିଲା କଂଗ୍ରେସ ଦଳ । ଦଳ ସାମ୍ବାଦିକ ସମ୍ମିଳନୀ କରି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ଦାବି କରିଛି । ଖଣି ଚୋରି ନେଇ ପୂର୍ବତନ ବିଧାୟିକା କୁସୁମ ଟେଟେ ବିସ୍ପୋରକ ବୟାନ ଦେଇ ପୂର୍ବ ସରକାର କୁ ଟାର୍ଗେଟ କରିଛନ୍ତି । ସେହିଭଳି ସିବିଆଇ ତଦନ୍ତ  ଦାବିକୁ ଦୋହରାଇଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ।
 
ଏବେ ଏନଫୋର୍ସମେନ୍ଟ ଟିମ୍ ଖଣି ବିଭାଗକୁ ରିପୋର୍ଟ ଦେବ  । ଆଉ ଖଣି ବିଭାଗ ସୁନ୍ଦରଗଡ କେଳେଙ୍କାରୀ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଶ୍ନ ଉଠୁଛି, ବଡ଼ମାଛ ଫସିବେ କି? ନେତା, ମାଫିଆ, ଅଧିକାରୀ ମୁଧଚନ୍ଦ୍ରିକାର ପର୍ଦ୍ଦାଫାସ୍ ହେବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe