କନକ ବ୍ୟୁରୋ; ସୁନ୍ଦରଗଡ କୋଇଲା ଲୁଟ ନେଇ କନକ ନ୍ୟୁଜର ପର୍ଦ୍ଦାଫାସ ପରେ ଆକ୍ସନରେ ଜିଲ୍ଲାପ୍ରଶାସନ । ଚୋରା କୋଇଲା ଖୋଜୁଖୋଜୁ ଭୋଗ୍ରାକଚ୍ଛାର ଜଙ୍ଗଲରେ ଜିଲ୍ଲା ପ୍ରଶାସନର ଟିମ୍ ପାଇଛି ବଡ ଇଟା ଭାଟି । ଏଠାରେ ଶହଶହ ଟନ୍ ଚୋରା କୋଇଲାକୁ ଏହି ଇଟା ଭାଟିରେ ଲଗାଯାଇଥିଲା । ବିନା ଅନୁମତିରେ ରିର୍ଜଭ ଫରେଷ୍ଟ ଭିତରେ ଚାଲିଥିଲା ଲକ୍ଷଲକ୍ଷ ଟଙ୍କାର ଇଟାଭାଟି । ଆଉ ନୋଟିସ କି ସମନ ନାହିଁ ଫଏସଲା ଅନ ଦ ସ୍ପଟ କରିଛନ୍ତି, ଉପଜିଲ୍ଲପାଳ ଦାଶରଥୀ ସରାବୁ ।
ନିଜେ ଇଟା ଭଟାକୁ ଭାଙ୍ଗିବା ଆରମ୍ଭ କରିଥିବା ବେଳେ ଶେଷରେ ଥକି ପଡି ଜେସିବି ଆଣି ସଂପୂର୍ଣ୍ଣ ଇଟାଭଟାକୁ ଭାଙ୍ଗି ଦେଇଛନ୍ତି। ଅନ୍ୟପଟେ ଆଜି ଏମସିଏଲ ର ବସୁନ୍ଧରା କାର୍ଯ୍ୟାଳୟରେ ପହଚିଂଛି ସ୍ୱତନ୍ତ୍ର ଏନଫୋର୍ସମେନ୍ଟ ଟିମ୍ । ଏମସିଏଲ କୁ ଆବଂଟିତ ଜମିରେ କିଭଳି ଏହି ଚୋରା କାରବାର ଚାଲିଥିଲା ତାହା ଉପରେ ପ୍ରଶ୍ନ କରିବା ସହ ଏମସିଏଲ ଅଫିସରେ ବିଭିନ୍ନ ଦସ୍ତାବିଜ ଯାଂଚ କରିଛି । ଡ୍ରୋନ ସର୍ଭେ ପରେ ଚୋରା ଖଣି ଫୁଟେଜର ଯାଂଚ କରୁଛି ସ୍ୱତନ୍ତ୍ର ଏନଫୋର୍ସମେନ୍ଟ ଟିମ୍ । କେତେ ଜମି ରୁ କେତେ କୋଇଲା ଚୋରି କରାଯାଇଛି ତାର ଆକଳନ ସରିଛି । ରିପୋର୍ଟ କୁ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯିବ ।
ଏପଟେ ଖଣି ଚୋରି ନେଇ ସାମ୍ନା କୁ ଆସିଲା କଂଗ୍ରେସ ଦଳ । ଦଳ ସାମ୍ବାଦିକ ସମ୍ମିଳନୀ କରି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ଦାବି କରିଛି । ଖଣି ଚୋରି ନେଇ ପୂର୍ବତନ ବିଧାୟିକା କୁସୁମ ଟେଟେ ବିସ୍ପୋରକ ବୟାନ ଦେଇ ପୂର୍ବ ସରକାର କୁ ଟାର୍ଗେଟ କରିଛନ୍ତି । ସେହିଭଳି ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ।
ଏବେ ଏନଫୋର୍ସମେନ୍ଟ ଟିମ୍ ଖଣି ବିଭାଗକୁ ରିପୋର୍ଟ ଦେବ । ଆଉ ଖଣି ବିଭାଗ ସୁନ୍ଦରଗଡ କେଳେଙ୍କାରୀ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଶ୍ନ ଉଠୁଛି, ବଡ଼ମାଛ ଫସିବେ କି? ନେତା, ମାଫିଆ, ଅଧିକାରୀ ମୁଧଚନ୍ଦ୍ରିକାର ପର୍ଦ୍ଦାଫାସ୍ ହେବ କି?