କନକ ବ୍ୟୁରୋ : କ୍ୟାବିନେଟରେ ବିଡିଓଙ୍କ ଆର୍ଥିକ କ୍ଷମତା ବୃଦ୍ଧିକୁ ନେଇ ତେଜିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଦଳ କହିଛି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ସରକାର । ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛି । ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁନାହାନ୍ତି । ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇଦେଲେ । ଯେହେତୁ ବ୍ଲକ୍ ଅଧ୍ୟକ୍ଷ ଅଧିକାଂଶ ସ୍ଥାନରେ ବିଜେଡିର ଅଛନ୍ତି ସେଥିପାଇଁ ସରକାର ଭୟଭୀତ । ବିଡିଓଙ୍କୁ କ୍ଷମତା ବୃଦ୍ଧି କରି ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ କାମକୁ ଅନୁମୋଦନ କରାଯାଇଛି । ଅଫିସରରାଜ ଆରମ୍ଭ ହୋଇଛି । ନିଜ ରାଜନୈତିକ ଇଚ୍ଛାଶକ୍ତିକୁ ପୂରଣ ପାଇଁ ବିଡିଓଙ୍କୁ ଅଧିକ କ୍ଷମତା ଦିଆଯାଇଛି । ଏ ଆଦେଶକୁ ଯଦି ପ୍ରତ୍ୟାହାର ନହୁଏ ତେବେ ସବୁ ବ୍ଲକରେ ଆନ୍ଦୋଳନ କରାଯିବ। ବିଜେଡି ପ୍ରତିକ୍ରିୟା ପରେ କଟାକ୍ଷ କଲେ ନଗର ଉନ୍ନୟନ ମନ୍ତ୍ରୀ। କହିଛନ୍ତ, ବିଜେଡି ସରକାରର ଲୋକ ପ୍ରତିନିଧିଙ୍କ କ୍ଷମତା କଣ ଥିଲା ତାହା ଆଉ ମନେ ପକାଇବାକୁ ଚାହୁନି। ପୂର୍ବ ସରକାରରେ ଲୋକ ପ୍ରତିନିଧି ଟେଣ୍ଟ ବାନ୍ଧୁଥିଲେ। ଆମ ସରକାର ଲୋକଙ୍କ ସରକାର। ଲୋକଙ୍କ ପାଇଁ ଯାହା ଆବଶ୍ୟକ ତାହା ଆମ ସରକାର କରୁଛି।
କ୍ୟାବିନେଟରେ ବିଡିଓଙ୍କ ଆର୍ଥିକ କ୍ଷମତା ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ବିଜେଡିର ଅଭିଯୋଗ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ସରକାର
ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛି । ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁନାହାନ୍ତି । ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇଦେଲେ ।
/kanak/media/media_files/2025/09/11/37-2025-09-11-13-54-05.jpg)