କନକ ବ୍ୟୁରୋ : ପାରାଦୀପରେ ଆୟୋଜିତ ରାବଣ ପୋଡି ଉତ୍ସବରେ ମନ୍ତ୍ରୀ ସମ୍ପଦ ସ୍ବାଇଁ କାହାର ନାଁ ନେଇ ବିଜେଡିର ଆଗଧାଡିର ନେତାଙ୍କୁ ଟାର୍ଗେଟ କରିଛନ୍ତି । ପାରାଦୀପର ରାବଣ କିଏ ? ଏଠାକାର ଲୋକେ ଜାଣିଛନ୍ତି ବୋଲି କହିଛନ୍ତି । ମୁନ୍ନା ପତି ଓ ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି । ଆଗାମି ଦିନରେ ତାଙ୍କୁ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ । ଏଥିସହ ସମ୍ବିତଙ୍କୁ କଟାକ୍ଷ କରି କହିଛନ୍ତି, ଦାମ ବାବୁ ଜଣେ ସ୍ବାଭିମାନୀ ନେତା ଥିଲେ । ସମ୍ବିତ ଏବେ ଯାହା କରୁଛନ୍ତି, ତାହା ଦାମ ବାବୁଙ୍କ ଆତ୍ମା ଦେଖି କାନ୍ଦୁଥିବ । 

Advertisment

ସମ୍ପଦଙ୍କ ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସମ୍ପଦଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କେବଳ ରାଜନୈତିକ ବୟାନ ଦେଉଛନ୍ତି ବୋଲି କହିଛନ୍ତି । ପାରାଦୀପ ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଁଚିଛି । ଆଉ ଏତିକି ବେଳେ ବିଜପି ବିଧାୟକ ତଥା ମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଆଣିବା ବନ୍ଦର ସହରର ରାଜନୈତିକ ପାଣିପାଗକୁ ଗରମ କରିଛି ।