ବିଜୁଙ୍କୁ ନେଇ ବିବାଦ: ପଞ୍ଚାୟତିରାଜ ଦିବସକୁ ନେଇ କେଁ; ବିଜେଡିର ପ୍ରତିବାଦ, ବିଜେପିର ଜବାବ

Advertisment

ଆସନ୍ତାକାଲି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଜି ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ ।

ଆସନ୍ତାକାଲି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଜି ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ ।

efefefef

Photograph: (kanak news)

କନକ ବ୍ୟୁରୋ: ଆସନ୍ତାକାଲି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଜି ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ । ବିଜେପି ଏହାର କଡା ଜବାବ ଦେଇଛି ।

ଦୀର୍ଘ ୨୪ ବର୍ଷ ଧରି ବିଜୁଙ୍କ ନାଁ ନେଇ ଶାସନ କରିଥିଲା ବିଜେଡି । ଯୋଜନା ହେଉ କି ନୀତି, ନିଷ୍ପତ୍ତିରେ ସବୁବେଳେ ବିଜୁ ପଟ୍ଟନାୟକଙ୍କ ନାଁକୁ ଆଗରେ ରଖୁଥିଲା । ହେଲେ ସରକାର ବଦଳିବା ପରେ ସବୁ କିଛି ଚିତ୍ର ଧିରେ ଧିରେ ବଦଳିଯାଉଛି । ସରକାରକୁ ଆସୁ ଆସୁ ବିଜେପି ପ୍ରଥମେ ଶାସନରୁ ବିଜୁଙ୍କ ନାଁକୁ ହଟାଇଥିଲା।  ଯେମତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ  ପକ୍କାଘର, ବିଜୁ କେବିକେ, ବିଜୁ ସଶକ୍ତିକରଣ । କିନ୍ତୁ ଏବେ ବିଜେଡିର ମରମରେ ଜାଗାରେ ମାଡ ମାରିଛି ବିଜେପି । ବିଜୁ ଜନ୍ମ ତିଥିରେ ପଂଚାୟତିରାଜ ଦିବସ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଜୁ ପଟ୍ଟନାୟକ ବ୍ରାଣ୍ଡକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଯୋଜନା ବୋଲି କହିଛନ୍ତି ।

ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି  ନେଇଛନ୍ତି । ଯାହାକୁ ନେଇ ଚିହିଁକି ଉଠିବା ସହିତ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ବିଜେଡି। ପ୍ରତିବାଦ କରିବା ସହ କହିଛି, ଏହା ସରକାରଙ୍କର ହୀନମନ୍ୟତାର ପରିଚୟ। ସେପଟେ ଏହାକୁ କାଉଂଟର କରି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ । କିନ୍ତୁ ସେ ବିଜେଡିର ସମ୍ପତ୍ତି ନଥିଲେ, ସେ ଜାତୀୟ ସମ୍ପତ୍ତି ଥିଲେ ।

ଦୀର୍ଘ ଦିନ ଧରି ଓଡିଶା ଶାସନ ଓ ରାଜନିତୀରେ ବିଜୁ ପଟ୍ଟନାୟକ ଗୋଟିଏ ବଡ ପ୍ରସଙ୍ଗ ପାଲଟିଥିଲେ । ହେଲେ, ବିଡମ୍ବନାର ବିଷୟ ୨୦୧୪ ପରଠାରୁ ଧିରେ ଧିରେ ବିଜେଡି ବ୍ୟାନରରୁ ବି ବିଜୁଙ୍କ ଫଟୋ ହଟି ଯାଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe