କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ଅଭିଯୁକ୍ତ ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି । ପୋଲିସ। ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର। ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଓ ଗୋଟିଏ ଗାଡି ଜବତ ହୋଇଛି। ଭୁବନେଶ୍ବର ଅତିରିକ୍ତ ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । 

Advertisment

 ଭରତପୁର ଘଟଣାକୁ ନେଇ ବିଜେଡିର ଜୋରଦାର ଆନ୍ଦୋଳନ। ରାଜଭବନ ଘେରାଉ କରିଛି ବିଜୁ ଜନତା ଦଳ। ଭରତପୁର ଥାନାରେ ଅସଦାଚରଣ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି ସରକାର ହେବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ତଳକୁ ଯିବାରେ ଲାଗିଛି ବୋଲି ବିଜେଡି ଅଭିଯୋଗ କରିଛି।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିବା ସହିତ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ଏହି ସମୟରେ ପୋଲିସ ଉପରକୁ କଂଗ୍ରେସ କର୍ମୀ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ସହ ୨୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା। 

ଭରତପୁର ଥାନା ଘଟଣାରେ ପୋଲିସ ସମର୍ଥନରେ ବାହାରିଛି ରାଜ୍ୟ ପୁଲିସ ଅଫିସର ସଂଘ। ଭରତପୁର ଥାନା ଘଟଣା ଆମକୁ ମର୍ମାହତ କରିଛି। ଏହି ଘଟଣାରେ ପୁଲିସ ନିର୍ଦ୍ଦୋଷ ଥିବା ପ୍ରେସମିଟ୍ କରିଛି କହିଛି ସଂଘ। ତଦନ୍ତ ଚାଲିଥିବା ବେଳେ ନିଲମ୍ବନ ଆଦେଶ ଗ୍ରହଣୀୟ ନୁହେଁ। ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଘ। ତଦନ୍ତ ପରେ ଦୋଷୀ ପ୍ରମାଣିତ ହେଲେ କାର୍ୟ୍ୟାନୁଷ୍ଠାନ ହେଉ। କିନ୍ତୁ ଘଟଣାକୁ ନେଇ ରାଜନୈତିକ ହସ୍ତକ୍ଷେପ ନହେଉ ବୋଲି ସଂଘ ଦାବି କରିଛି । 

ରାଜଧାନୀର ଭରତପୁର ଥାନା ମାମଲାକୁ ନେଇ ସେନା-ପୋଲିସ ମୁହାଁମୁହିଁ। ପୋଲିସ ସମର୍ଥନରେ ବାହାରିଲା ଅବସରପ୍ରାପ୍ତ ପୋଲିସ ସଂଘ। ପୋଲିସ ସେବା ଭବନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଭେଟିଛନ୍ତି ଅବସରପ୍ରାପ୍ତ ପୋଲିସ ସଂଘ କର୍ମକର୍ତ୍ତା। ତଦନ୍ତ ହେଉ, ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ। କିନ୍ତୁ ପୂରା ପୋଲିସ ବିଭାଗକୁ ଯେଉଁଭଳି ବଦ୍‌ନାମ କରାଯାଉଛି, ତାହା ନହେଉ ବୋଲି ଅବସରପ୍ରାପ୍ତ ପୋଲିସ ସଂଘ ଦାବି କରିଛି । 

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ୟାତନା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ନିବେଦନ କରିଛି ରାଜ୍ୟ ନାଗରିକ ସମାଜ। ପ୍ରେସମିଟ୍ କରି ଗିରଫ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ପୂର୍ବ ସରକାରର ଗତ ୨୪ ବର୍ଷ ଶାସନ ଭିତରେ ସରକାରୀ ବାବୁ ଓ ପୋଲିସ୍ ବାହିନୀ ଲୋକଙ୍କୁ ଯେଉଁଭଳି ଭାବରେ ଡରାଇ, ଧମକାଇ ରଖୁଥିଲେ, ଆଜି ମଧ୍ୟ ନିଜକୁ ସେହିଭଳି ଭାବରେ ମନେ କରୁଛନ୍ତି। ଏବେବି ସେହି ମାନସିକତାର କିଛି ବାବୁ ଓ ପୋଲିସ୍‌ ମାନେ ଅଛନ୍ତି ବୋଲି କହିଛି ନାଗରିକ ସମାଜ। 

 


ଭରତପୁର ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ କରିଥିବା ବିକ୍ଷୋଭର ଜବାବ ରଖିଛି ବିଜେପି। ପ୍ରେସମିଟ୍ କରି ପୂର୍ବତନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର। ଗତ ୨୪ ବର୍ଷ ହେଲା ବିଜେଡି ସରକାର ବେଳେ ଅନେକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲେ ବି କାହିଁକି ସେମାନେ ଆନ୍ଦୋଳନ କରୁନଥିଲେ ବୋଲି ଦଳ ପ୍ରଶ୍ନ କରିଛି। ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ବିଜେପି କହିଛି।