କନକ ବ୍ୟୁରୋ: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ତେଜିଲା ରାଜନୀତି । ବଡ଼ ସ୍କାମ ଅଭିଯୋଗ ଆଣିଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି, ମଧ୍ୟପ୍ରଦେଶର ବ୍ୟାପମ ଦୁର୍ନୀତି ପରି ଦୁର୍ନୀତି ହୋଇଛି । ଆଗରୁ କେବେ ଓଡ଼ିଶାରେ ଏପରି ହୋଇ ନଥିଲା । ଏହା ୨୦୦ କୋଟିର ସ୍କାମ ବୋଲି କହିଛି ବିଜେଡି । ଏହାର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ବିଜେଡି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନପତ୍ର ଲିକଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡି ଦେଉ । ତେଣୁ ଗପ କହିବାର କିଛି ମାନେ ନାହିଁ ।
ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ତେଜିଲା ରାଜନୀତି: ମଧ୍ୟପ୍ରଦେଶର ବ୍ୟାପମ ପରି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେଡି
ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି, ମଧ୍ୟପ୍ରଦେଶର ବ୍ୟାପମ ଦୁର୍ନୀତି ପରି ଦୁର୍ନୀତି ହୋଇଛି । ଆଗରୁ କେବେ ଓଡ଼ିଶାରେ ଏପରି ହୋଇ ନଥିଲା । ଏହା ୨୦୦ କୋଟିର ସ୍କାମ ବୋଲି କହିଛି ବିଜେଡି ।
/kanak/media/media_files/2025/10/02/9-2025-10-02-16-49-46.jpg)