ମହାଦୀପ ଉଠିବାବେଳେ ସେବାୟତ ଖସି ପଡିବା ଘଟଣାରେ ତେଜିଲା ରାଜନୀତି । ପ୍ରଶାସନ ବାଲି ପକାଇ ନଥିବାରୁ ଅଘଟଣ ଘଟିଥିବା କହିଲେ ମେୟର  ।

Advertisment

ଜବାବ ରଖିଲେ ଏକାମ୍ର ବିଧାୟକ । ସେପଟେ ବାଲି ପକାଇବାର ପରମ୍ପରା ନଥିବା ମନ୍ଦିର ସୁପରଭାଇଜରଙ୍କ ସୂଚନା ।

ଜବାବ ରଖିଲେ ଏକାମ୍ର ବିଧାୟକ । ସେପଟେ ବାଲି ପକାଇବାର ପରମ୍ପରା ନଥିବା ମନ୍ଦିର ସୁପରଭାଇଜରଙ୍କ ସୂଚନା ।

ଲିଙ୍ଗରାଜ ବିଭ୍ରାଟ: ଦାୟୀ କିଏ?

ଲିଙ୍ଗରାଜ ବିଭ୍ରାଟ: ଦାୟୀ କିଏ? Photograph: (kanakNews)

କନକ ବ୍ୟୁରୋ :  ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଯିବାକୁ ନେଇ ତେଜିଲା ରାଜନୀତି। ବିଏମ୍‌ସି ମେୟର ସୁଲୋଚନା ଦାଶ କହିଛନ୍ତି, ମନ୍ଦିର ଚଢିବା ବାଟରେ ପ୍ରଶାସନ ବାଲି ପକାଇବାକୁ ଭୁଲିଯାଇଛି। ଯାହାର ତଦନ୍ତ ହେବା ଦରକାର।

ବାଲି ପଡ଼ିଥିଲେ ଏଭଳି ଅଘଟଣ ଘଟି ନଥାନ୍ତା ବୋଲି କହିଛନ୍ତି ମେୟର। ଆହତ ସମର୍ଥା ସେବାୟତଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ମେୟର। ସେପଟେ ଲିଙ୍ଗରାଜ ମନ୍ଦିରରେ ବାଲି ପକାଇବାର ପରମ୍ପରା ନାହିଁ। ପୂର୍ବରୁ କେବେବି ବାଲି ପକାଯାଇନାହିଁ। ଆହତ ସମର୍ଥା ନିଯୋଗଙ୍କ ପୁଅ ଓ ମେୟର କାହିଁକି ବାଲି ପ୍ରସଙ୍ଗ ଉଠାଇଲେ ସେ ଉତ୍ତର ତାଙ୍କ ପାଖରେ ଥିବ ବୋଲି କହିଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe