ଟ୍ରମ୍ପଙ୍କ ବୟାନକୁ ନେଇ ଭାରତରେ ରାଜନୀତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

Advertisment

ଇରାନ ନୁହେଁ ଏଣିକି ଭେନେଜୁଏଲାରୁ ତେଲ କିଣିବ ଭାରତ, ଟ୍ରମ୍ପଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ କହିଛି, ଆମ ଦେଶ କ’ଣ କରୁଛି, କ’ଣ କରିବାକୁ ଯାଉଛି, ତାର ସୂଚନା ଆମେରିକା ରାଷ୍ଟ୍ରପତି ଦେଉଛନ୍ତି।

ଇରାନ ନୁହେଁ ଏଣିକି ଭେନେଜୁଏଲାରୁ ତେଲ କିଣିବ ଭାରତ, ଟ୍ରମ୍ପଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ କହିଛି, ଆମ ଦେଶ କ’ଣ କରୁଛି, କ’ଣ କରିବାକୁ ଯାଉଛି, ତାର ସୂଚନା ଆମେରିକା ରାଷ୍ଟ୍ରପତି ଦେଉଛନ୍ତି।

congress

congress Photograph: (google)

ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ତେଜିଲା ରାଜନୀତି। ଇରାନ ନୁହେଁ ଏଣିକି ଭେନେଜୁଏଲାରୁ ତେଲ କିଣିବ ଭାରତ, ଟ୍ରମ୍ପଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ କହିଛି, ଆମ ଦେଶ କ’ଣ କରୁଛି, କ’ଣ କରିବାକୁ ଯାଉଛି, ତାର ସୂଚନା ଆମେରିକା ରାଷ୍ଟ୍ରପତି ଦେଉଛନ୍ତି।

ବିରୋଧୀ ଦଳର ଏହି ବୟାନ ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାରଫୋର୍ସ-ଵାନରେ ଯାତ୍ରା କରିବା ସମୟରେ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ, ଚୀନକୁ ଆମେ ସ୍ଵାଗତ କରୁଛୁ, ତୈଳ୍ୟ କିଣାକୁ ନେଇ ଆମ ଭିତରେ ଏକ ଭଲ ବୁଝାମଣା ହେବ। ଏଥିରେ ଭାରତ ବି ସାମିଲ ହେବ, ଏବଂ ଇରାନ ବଦଳରେ ଭେନେଜୁଏଲାଠୁ ତେଲ କିଣିବ ଭାରତ। ଆମ ଭିତରେ ପୂର୍ବରୁ ଏନେଇ ବୁଝାମଣା ହୋଇସାରିଛି।

କଂଗ୍ରେସ ମହାସଚିବ, ଜୟରାମ ରମେଶ ଏକ୍ସରେ, ଟ୍ରମ୍ପଙ୍କ ଏହି ଟିପ୍ପଣୀର ଅଡିଓ ସେୟାର କରିବା ସହ କହିଛନ୍ତି, ଟ୍ରମ୍ପ ଆମକୁ କହିଥିଲେ, ଅପରେସନ୍ ସିନ୍ଦୂର ବନ୍ଦ ହୋଇଛି। ଭାରତ ଋଷଠୁ ତେଲ କିଣିବା ବନ୍ଦ କରିବ ବୋଲି ମଧ୍ୟ ଟ୍ରମ୍ପ କହିଥିଲେ, ଏବେ ଭେନେଜୁଏଲାରୁ ତେଲ କିଣିବା କଥା ବି ଟ୍ରମ୍ପ କହୁଛନ୍ତି। ଆମ ଦେଶ କ’ଣ ନିଷ୍ପତ୍ତି ନେବ ତାହା ବାହାର ଦେଶର ରାଷ୍ଟ୍ରପତିଙ୍କଠୁ ଶୁଣିବାକୁ ମିଳୁଛି, ଯାହା ଅତ୍ୟନ୍ତ ନିନ୍ଦନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe