କନକ ବ୍ୟୁରୋ: ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ତିରୁପତି ରଦ୍ଦ । ଗସ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅଟକି ଯାଇଛି । ଲଡୁ ବିବାଦ ଭିତରେ ତିରୁପତିରେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ପ୍ରକାଶ କରି ସ୍ଥାନୀୟ ପ୍ରଶାସନ ଯିବାକୁ ବାରଣ କରିଛନ୍ତି । ତାଙ୍କୁ ଓ ତାଙ୍କ ଦଳକୁ ନୋଟିସ ପଠାଇ ଯିବାକୁ ବାରଣ କରିଛି । ସେପଟେ ଗସ୍ତ ରଦ୍ଦ ପାଇଁ ଜଗନ ସିଧାସଳଖ ନାଇଡୁ ସରକାରଙ୍କୁ ଦାୟୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜଗନ କହିଛନ୍ତି ତାଙ୍କୁ ଜାଣିଶୁଣି ଯିବା ପାଇଁ ବାରଣ କରିଛି ତିରୁପତି ସ୍ଥାନୀୟ ପ୍ରଶାସନ । ନାଇଡୁ ଇଙ୍ଗିତରେ ଏସବୁ ଚାଲିଛି । ଆନ୍ଧ୍ରରେ ରାକ୍ଷାସକଙ୍କ ସରକାର ଚାଲିଛି । ନିଜ ଦୋଷ ଲୁଚାଇବାକୁ ଯାଇ ଚନ୍ଦ୍ରବାବୁ ପରଉପରେ ଦୋଷ ଲଦୁଛନ୍ତି ।