ମହାନଦୀକୁ ନେଇ ଦୋଷ ଲଦାଲଦି ; ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବଦଳିବା ପରେ ବିଜେଡିର ବୟାନବାଜି

ମହାନଦୀକୁ ନେଇ ଦୋଷ ଲଦାଲଦି । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପରିବର୍ତ୍ତନ ପରେ ବରିଷ୍ଠ ବିଜେଡି ନେତାଙ୍କ ସାଂଘାତିକ ବୟାନ । ପୁଣିଥରେ ମୂଳରୁ ହେବ ଶୁଣାଣି, ବିଳମ୍ବ ହେବ ସମସ୍ୟା ସମାଧାନ। ପୃଥ୍ବୀରାଜଙ୍କ ଜବାବ, ଏତେ ବର୍ଷରେ ପୂର୍ବ ସରକାର କରୁଥିଲେ କଣ ।

53aaaa

କନକ ବ୍ୟୁରୋ: ଓଡ଼ିଶାରେ ଲୀନ ହୋଇଯିବ ମହାନଦୀ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପରିବର୍ତ୍ତନ ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣୀ ଆରମ୍ଭ ହେବ । ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲିନ ହୋଇଯାଇଥିବ। ତେଣୁ ସରକାର ଏବେଠାରୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ। 

ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଙ୍କଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ  ଏବଂ ଆର୍ଥିକ ଓ ସାମାଜିକ ସମସ୍ୟା ସୁଷ୍ଟି ହେବ । ଏହାସହ ଆଗକୁ ଭୟଙ୍କର ସ୍ଥିତି ମହାନଦୀ ପାଣିକୁ ନେଇ ସୃଷ୍ଟି ହେବ । ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ବାରମ୍ବାର କରିବା ପରେ ବି କିଛି ସମାଧାନ ହୋଇନାହିଁ । ଏବେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ । ଗତକାଲି ବିଜୟ ମହାପାତ୍ର ମଧ୍ୟ ହୀରାକୁଦ ଜଳ ଭଣ୍ଡାରରେ ପାଣି କମି ଯାଉଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଆସନ୍ତା ମାର୍ଚ୍ଚ, ଏପ୍ରିଲ ବେଳକୁ ରାଜ୍ୟରେ ଭୟଙ୍କର ଜଳସଂକଟ ଦେଖା ଦେବ ବୋଲି କହିଛନ୍ତି ବିଜୟ ମହାପାତ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe