କନକ ବ୍ୟୁରୋ : ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସାର ନାଁ ବଦଳିବା  ନେଇ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ବିବାଦକୁ ଜନ୍ମଦେଇଛି । ଶତାୟୁ ଶିକ୍ଷାନୁଷ୍ଠାନର ନାଁ କଣ ସତରେ ବଦଳିବା ଦରକାର?  ଏହାକୁ ନେଇ ଏକ ନୂଆ ବିତର୍କ ଆରମ୍ଭ ହୋଇଛି  । କଟକରେ କିନ୍ତୁ ଆଜି କିଛି ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି  ପ୍ରତିବାଦ କରିଛନ୍ତି ।  ଏଥିରେ ବିଶ୍ବବିଦ୍ୟାଳୟର କିଛି ପୁରାତନ ଛାତ୍ର, ବର୍ତ୍ତମାନର ଛାତ୍ର ଓ ଏଆଇଡିଏସଓ ସଙ୍ଗଠନର ସଦସ୍ୟ ସାମିଲ ହୋଇଥିଲେ । 

Advertisment

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ରାଜନୀତି ତେଜିଛି । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ଓ ରେଭେନ୍ସାକୁ ରାଜନୀତି ଭିତରେ ପୁରାନ୍ତୁ ନାହିଁ । ଜବାବରେ ବିଜେପି କହିଛି, ଜଣେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛି ବିଜେଡି ।

ଅଚନାକ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସା ନାଁ ବଦଳଇବା ପ୍ରତିକ୍ରିୟା ନେଇ ପୁରାତମ ଛାତ୍ର ଓ ସ୍ଥାନୀୟ ନେତା  ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରେଭେନ୍ସା ନାଁ ବଦଳାଇବାକୁ ଦାବି ପ୍ରସଙ୍ଗରେ ମତ ରଖିଛନ୍ତି ରେଭେନ୍ସାର ପୁରାତନ ଛାତ୍ର ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବତନ ଛାତ୍ର ହିସାବରେ ସେ ଏଭଳି ପ୍ରସ୍ତାବକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି। ତେବେ ଏଭଳି ପ୍ରସ୍ତାବ ନେଇ ଡିବେଟ ଆବଶ୍ୟକ । 

  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଚନକ ମନ୍ତବ୍ୟକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି  ବିତର୍କ ଆଗକୁ ହିଁ ବଢିବ ।