ଯାଜପୁର ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ।

ଯାଜପୁର ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ । ହିଙ୍ଗୁଳା ଯଜ୍ଞକୁ ଯାଉଥିବାବେଳେ ରୋକିଲେ ବିରୋଧୀ ଗୋଷ୍ଠୀ । ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ଭାଙ୍ଗିଲେ ବିରୋଧୀ । 

ରାଜନୈତିକ ହିଂସା

ରାଜନୈତିକ ହିଂସା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ । ଠେଙ୍ଗାରେ ପିଟି ଗାଡି ଭାଙ୍ଗିବାକୁ ଚେଷ୍ଟା କଲେ ବିରୋଧୀ ଗୋଷ୍ଠୀ । ଆଜି ଯାଜପୁର ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଛି ।

ଗାଁ ଭିତରକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ  ଗାଡିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ । ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା । ଏନେଇ ପ୍ରଣବଙ୍କୁ ଯୋଗଯୋଗ କରିଥିଲେ ବି ପ୍ରଥମେ ସେ କିଛି କହିବାକୁ ମନା କରିଥିଲେ ହେଲେ ସେଠିକାର ପଥର ଖଣି ମାଫିଆ ଚକ୍ରାନ୍ତ କରି ଏଭଳି ଘଟଣା ଘଟାଇଥାଇପାରନ୍ତି ବୋଲି ପରେ କହିଥିଲେ ପ୍ରଣବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe