କନକ ବ୍ୟୁରୋ : ଦଳର ବିଧାୟକମାନେ ଜନତା ଦଳ (ୟୁନାଇଟେଡ୍)ରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ବିହାରର ସମସ୍ତ ଛଅ ଜଣ ବିଧାୟକଙ୍କୁ ଦିଲ୍ଲୀ ଡକାଇଛନ୍ତି । ଜାନୁଆରି ୨୩ରେ ହେବାକୁ ଥିବା ବୈଠକରେ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ଇନ୍ଦିରା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଯୋଗଦେବେ। ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକର ମୁଖ୍ୟ ଏଜେଣ୍ଡା ହେଉଛି ବିହାରରେ ସଂଗଠନକୁ ମଜବୁତ କରିବା ଏବଂ ଆଗାମୀ ରାଜନୈତିକ ରଣନୀତି ଉପରେ ଆଲୋଚନା କରିବା। ବିହାର କଂଗ୍ରେସ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଏହାର ବିଧାୟକ ଦଳର ନେତା ଘୋଷଣା କରିନାହିଁ ଏବଂ ବୈଠକ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଫେବ୍ରୁଆରି ୨ରୁ ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଏହି ପ୍ରସଙ୍ଗ ଗୁରୁତ୍ୱ ବହନ କରିଛି।
ଅଧିକ ପଢ଼ନ୍ତୁ : ବିହାରରେ ସଫା ହେଇଯିବ କି କଂଗ୍ରେସ? ବିହାରରେ ପୁଣି ଚର୍ଚ୍ଚାକୁ ଫେରିଲା ଦଳ ବଦଳ ରାଜନୀତି
ଗତ ସପ୍ତାହରେ ବିହାର ପ୍ରଦେଶ କଂଗ୍ରେସ କମିଟି ପାଟନାରେ ଏହାର ବିଧାୟକଙ୍କ ସହ ଏକ ବୈଠକ କରିଥିଲା। ରାଜ୍ୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ ଓ ରାଜ୍ୟ ସଭାପତି ରାଜେଶ ରାମ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ପାର୍ଟି ସେଲ୍ ଓ ବିଭାଗର ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା, ସାଂଗଠନିକ କାର୍ୟ୍ୟକଳାପକୁ ତୀବ୍ର କରିବା ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ରଣନୀତି ଉପରେ ଧ୍ୟାନ ଦିଆଯାଇଥିଲା। ଗତ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୬୧ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ଛଅଟି ଜିତିଥିଲା। ଏନ୍ଡିଏ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଓ ଜେଡିୟୁ ଯଥାକ୍ରମେ ୮୯ ଏବଂ ଜେଡିୟୁ ୮୫ ଆସନରେ ବିଜୟୀ ହୋଇଥିଲା। ମହାଗଠବନ୍ଧନର ୩୫ଟି ଆସନ ମଧ୍ୟରୁ ୨୫ଟି ଆସନରେ ଆର୍ଜେଡି ବିଜୟୀ ହୋଇଥିଲା।
ଅଧିକ ପଢ଼ନ୍ତୁ : ଏନଡିଏରୁ ଅଲଗା ହେବେ କି ମାଞ୍ଝୀ? ରାଜ୍ୟସଭା ସିଟକୁ ନେଇ ବିହାର ରାଜନୀତି ସରଗରମ
ଦଳର ବିଧାୟକମାନେ ଜେଡିୟୁରେ ଯୋଗଦେବା ନେଇ କଳ୍ପନାଜଳ୍ପନାକୁ ବରିଷ୍ଠ କଂଗ୍ରେସ ନେତାମାନେ କ୍ରମାଗତ ଭାବରେ ଖାରଜ କରିଆସୁଛନ୍ତି, ଯଦିଓ କେତେକ ବ୍ୟକ୍ତିଗତ ଭାବରେ ଏହି ସମ୍ଭାବନାକୁ ଏଡ଼ାଇ ନାହାନ୍ତି। ପାଟନାର ରାଜ୍ୟ ଦଳର ମୁଖ୍ୟାଳୟ ସଦାକତ ଆଶ୍ରମରେ ଆୟୋଜିତ ‘ଦହି-ଚୂଡା’ (ମକର ପର୍ବ) କାର୍ୟ୍ୟକ୍ରମରେ ଦଳର ବିଧାୟକମାନେ ଯୋଗ ନ ଦେବା ପରେ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/20/20bbs_29_20012026_111-2026-01-20-17-37-37.jpg)