କନକ ବ୍ୟୁରୋ :  ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ନାଁ ନନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ । ଗୋଷ୍ଠୀକନ୍ଦଳ କେଉଁ ଦଳରେ ଅଛି ତାହା ଗତକାଲି ସ୍ପଷ୍ଟ ହୋଇଛି ।  ନିଆଁ କୁହୁଳିନି ବରଂ ଲାଗି ସାରିଥିବା ସେ କହିଛନ୍ତି । ସେପଟେ ପ୍ରସନ୍ନଙ୍କୁ କଡା କାଉଣ୍ଟର କରିଛି ବିଜେପି। ପ୍ରସନ୍ନ ବାବୁଙ୍କ ଦେହ ବିଜେଡିରେ ଆଉ ମନ ବିଜେପିରେ ଥିବା ସେ କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ଦୁଇ ରାଜ୍ୟସଭା ସାଂସଦ ବିଜେପିକୁ ଆସିଛନ୍ତି। ଆଗକୁ ବହୁ ନେତା ଆସିବେ। ବିଜେଡ଼ି ଭାଙ୍ଗିଯିବ ବୋଲି କହିଛନ୍ତି ସରୋଜ ।