କନକ ବ୍ୟୁରୋ : ଚୀନ ଭାରତୀୟ ସୀମାରେ ବାରମ୍ବାର ଅନୁପ୍ରବେଶ କରୁଛି । ଏବେ ସୁଦ୍ଧା ୩୪ଥର ଅନୁପ୍ରବେଶ କରିବା ସହ ୪ହଜାର ବର୍ଗଫୁଟ ଅକ୍ତିଆର କରିଛି, ଭାରତ ସରକାର ମିଛ ସୂଚନା ଦେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି । କିନ୍ତୁ ସତ ମାନିଛନ୍ତି ସ୍ଥଳସେନା ମୁଖ୍ୟ । ସୋମବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଟିପ୍ପଣୀକୁ ନେଇ ତୁମ୍ବି ତୋଫାନ ଦେଖାଦେଲାଣି ।ଗୋଟେ ପଟେ ଇଣ୍ଡିମେଣ୍ଟର ସହଯୋଗୀ ସଦସ୍ୟ ରାହୁଲଙ୍କ ସହ ସ୍ବର ମିଶାଇଥିବାବେଳେ ବିଜେପି ସମାଲୋଚନା କରିଛି । ଏପରିକି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆ ପୋଷ୍ଟ କରି ରାହୁଲଙ୍କ ବୟାନକୁ ଜୋରଦାର ବିରୋଧ କରିଛନ୍ତି । ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ରାହୁଲ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ।ଏହି ସମୟରେ ରାହୁଲ କହିଥିଲେ ଯେ ସମ୍ବିଧାନର ଅନୁଚ୍ଛେଦ ୧୦୫ର ଦୁରୁପଯୋଗ କରାଯାଇଛି ।ଏହାକୁ ବିରୋଧ କରି ଲୋକସଭା ବାଚସ୍ପତି ଓମବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ
ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ନେଇ ତେଜୁଛି ରାଜନୀତି । ବିଜେପି କହିଲା, ସେନା ମୁଖ୍ୟଙ୍କ ନାମରେ ମିଥ୍ୟା ପ୍ରଚାର କରୁଛନ୍ତି ରାହୁଲ
କିନ୍ତୁ ସତ ମାନିଛନ୍ତି ସ୍ଥଳସେନା ମୁଖ୍ୟ । ସୋମବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଟିପ୍ପଣୀକୁ ନେଇ ତୁମ୍ବି ତୋଫାନ ଦେଖାଦେଲାଣି ।ଗୋଟେ ପଟେ ଇଣ୍ଡିମେଣ୍ଟର ସହଯୋଗୀ ସଦସ୍ୟ ରାହୁଲଙ୍କ ସହ ସ୍ବର ମିଶାଇଥିବାବେଳେ ବିଜେପି ସମାଲୋଚନା କରିଛି ।
/kanak/media/media_files/2025/02/04/NguuxqnFIGrMBGmUwNND.jpg)