କନକ ବ୍ୟୁରୋ: ଗଞ୍ଜାମରେ ରାଜନୈତିକ ହିଂସାକାଣ୍ଡ । ହିଞ୍ଜିଳି ବ୍ଲକର ଦୟାପଲ୍ଲୀ ସମିତି ସଭ୍ୟଙ୍କୁ ଆକ୍ରମଣ ହୋଇଛି । ସମିତିସଭ୍ୟ ଇପିଲି ରାଜା ରାଓଙ୍କୁ ତାଙ୍କ ଗାଁ ନିକଟରେ ଜଣେ ଯୁବକ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆସିକା-ବେଲଗାଁ ଥାନା ଦୟାପଲ୍ଲୀ ଗାଁରେ ଘଟିଛି ରାଜନୈତିକ ହିଂସାକାଣ୍ଡ । ଇପିଲି ରାଜା ରାଓ ବାଇକରେ ପଳାସି ଗାଁରୁ ନିଜ ଘରକୁ ଫେରିବା ବାଟରେ ଗାଁ ନିକଟରେ ଜଣେ ଯୁବକ ଲୁହା ରଡ଼ରେ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।
ଗଞ୍ଜାମରେ ରାଜନୈତିକ ହିଂସାକାଣ୍ଡ । ଦୟାପଲ୍ଲୀ ସମିତି ସଭ୍ୟଙ୍କୁ ଆକ୍ରମଣ ।
ବାଇକରେ ଘରକୁ ଫେରିବା ବାଟରେ ଜଣେ ଯୁବକ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ସମିତି ସଭ୍ୟ ଇପିଲି ରାଜା ରାଓଙ୍କୁ ତାଙ୍କ ଗାଁ ନିକଟରେ ଜଣେ ଯୁବକ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।