ବିରଜା ପ୍ରକଳ୍ପରେ ଲାଗିଛି ରାଜନୈତିକ ଛିଟା । ମୁୁଖ୍ୟମନ୍ତ୍ରୀ କହିଲେ ତୁରନ୍ତ ସାର ମାଆ ବିରଜା ପ୍ରକଳ୍ପ କାମ

Advertisment

ମା’ ବିରଜାଙ୍କ ପୀଠର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ  ପ୍ରତିଶ୍ରୁତି ମିଳିବା ପରେ ସବୁ ମହଲରେ ଆନନ୍ଦ ଖେଳିଯାଇଛି ।

ମା’ ବିରଜାଙ୍କ ପୀଠର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ  ପ୍ରତିଶ୍ରୁତି ମିଳିବା ପରେ ସବୁ ମହଲରେ ଆନନ୍ଦ ଖେଳିଯାଇଛି ।

ZZ\Z\Z

କନକ ବ୍ୟୁରୋ : ସପ୍ତାହେ ହେବ ବିରଜା ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । ରାଜ୍ୟସ୍ତରରେ ରାଜନୈତିକ ବୟାନବାଜି ଚାଲିଛି । ଏହାକୁ ଯାଜପୁର ବିଜେଡି ପ୍ରମୁଖ ପ୍ରସଙ୍ଗ କରିଥିବା ବେଳେ ଏହି ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ବିରଜାଙ୍କ ପୀଠର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ  ପ୍ରତିଶ୍ରୁତି ମିଳିବା ପରେ ସବୁ ମହଲରେ ଆନନ୍ଦ ଖେଳିଯାଇଛି ।

ଯାଜପୁରର ବିରଜା କ୍ଷେତ୍ର କେବଳ ଓଡ଼ିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିପୀଠ। ପ୍ରତି ଓଡ଼ିଆଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାର ପ୍ରମୁଖ ତୀର୍ଥକ୍ଷେତ୍ର। ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତିପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭିଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସମସ୍ତଙ୍କ ମନରେ ପ୍ରଗାଢ଼ ଭକ୍ତି ଓ ନିଷ୍ଠା ରହିଛି। ଏହି ଶକ୍ତିପୀଠର ପାରିପାଶ୍ବିକ ଉନ୍ନତି କରାଗଲେ ଅଧିକରୁ ଅଧିକ ପର୍ୟ୍ୟଟକଙ୍କ ଆକର୍ଷିତ ହେବେ ବୋଲି ଆଶା କରାଯାଏ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe