ଗାନ୍ଧୀଙ୍କ ନୀତି  ଆଦର୍ଶର କଥା କହୁଛନ୍ତି ରାଜନୈତିକ ଦଳ କିନ୍ତୁ ପ୍ରତିଶ୍ରୁତିରେ ସୀମିତ ଗାନ୍ଧୀଙ୍କ ନିଶାମୁକ୍ତ ନାରା

ଅବାଟକୁ ଚାଲିଯାଉଛନ୍ତି ଯୁବପୀଢ଼ି । ଉଜୁଡୁଛି ପରିବାର ଭୁଶୁଡୁଛି ଆର୍ଥିକ ସ୍ଥିତି ।

କେବେ ନିଶାମୁକ୍ତ ହେବ ଓଡ଼ିଶା?

କେବେ ନିଶାମୁକ୍ତ ହେବ ଓଡ଼ିଶା? Photograph: (KanakNews)

କନକ ବ୍ୟୁରୋ:  ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ତାଙ୍କ ନୀତି ଆଦର୍ଶରେ ଚାଲିବାକୁ ଆହ୍ବାନ ଦିଆଯାଉଛି । କିନ୍ତୁ  ନିଶାମୁକ୍ତି ପାଇଁ ଗାନ୍ଧୀ ଦେଇଥିବା ନାରା କେବଳ ପ୍ରତିଶ୍ରୁତିରେ ରହି ଯାଇଛି । ରାଜ୍ୟରେ କାୟା ମେଲାଇଛନ୍ତି ନିଶା ମାଫିଆ । ଆଉ ଅବାଟକୁ ଚାଲି ଗଲେଣି ଯୁବ ପୀଢ଼ି। ହାତ ପାହାନ୍ତାରେ ମଦ, ବ୍ରାଉନସୁଗାର, ଗଞ୍ଜେଇ ମିଳୁଥିବାରୁ ଛାତ୍ରାବସ୍ଥାରୁ ପିଲା କୁପଥଗାମୀ ହେଉଛନ୍ତି । ସାମାନ୍ୟ କଥାରେ ହିତାହିତ ଜ୍ଞାନ ଭୁଲି ଅପରାଧ ଘଟାଉଛନ୍ତି । ଯାହା ଫଳରେ ଉଜୁଡି ଯାଉଛି ଅନେକ ପରିବାର । ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୋଇଛି ନିଶାଡ଼ିଙ୍କ ସଂଖ୍ୟା । 

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟର ରିପୋର୍ଟ ଚିନ୍ତାଜନକ
ଗତ ବର୍ଷ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ୪୮,୩୦୬ ଯୁବକ
୨୦୨୦ରେ ୨୪,୪୯୭ ଜଣ ଯୁବକ ଭର୍ତ୍ତି
 
 ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଏହା  ସମ୍ଭବ ହୋଇପାରିନି । ତେବେ ଓଡ଼ିଶାରେ ସରକାର ବଦଳିବା ପରେ ନିଶା ଦ୍ରବ୍ୟ କାରବାର ନିୟନ୍ତ୍ରଣକୁ ଆସୁଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ। ପ୍ରତିଦିନ ଧରା ହେଉଛି ପୁଳାପୁଳା ନିଶାଦ୍ରବ୍ୟ । ଜବତ ହେଉଛି ଗଞ୍ଜେଇ, ମଦ, ବ୍ରାଉନସୁଗାର ସାଂଗକୁ କୋଟି କୋଟି ଟଙ୍କା ମୂଲ୍ୟ ନିଶାଦ୍ରବ୍ୟ । ନିଶା ଯୋଗୁଁ କେବଳ ସାମାଜିକ ବ୍ୟବସ୍ଥା ପ୍ରଭାବିତ ହେଉନି । ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହେଉଛି। ଦାରିଦ୍ର୍ୟର ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି ପରିବାର।ତେଣୁ ଏବେ ପ୍ରଶ୍ନ ଉଠୁଛି, କେବେ ସଫଳ ହେବ ଗାନ୍ଧୀଙ୍କ ନିଶାମୁକ୍ତ ସ୍ପପ୍ନ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe