ମହାନଗରରେ ରାଜନୈତିକ ହାଇଡ୍ରାମା : ଏଠି ବିକାଶ କମ୍, ରାଜନୀତି ବେଶି

Advertisment

ପୁଣି କେତେବେଳେ କୋଳାକୋଳି । ଆଉ ଏସବୁ ପାଲା ଭିତରେ ବିକାଶ ବାଧାପ୍ରାପ୍ତ । ରାଜ୍ୟରେ ସରକାର ବଦଳିବା ପରେ, ଆରମ୍ଭ ହେଇଯାଇଥିଲା ରାଜନୈତିକ ବିଶୃଙ୍ଖଳା ।

ପୁଣି କେତେବେଳେ କୋଳାକୋଳି । ଆଉ ଏସବୁ ପାଲା ଭିତରେ ବିକାଶ ବାଧାପ୍ରାପ୍ତ । ରାଜ୍ୟରେ ସରକାର ବଦଳିବା ପରେ, ଆରମ୍ଭ ହେଇଯାଇଥିଲା ରାଜନୈତିକ ବିଶୃଙ୍ଖଳା ।

high drama

Photograph: (kanaknews)

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହାଇ ଡ୍ରାମା । କେତେବେଳେ ବିଏମ୍‌ସି କର୍ପୋରେଟର୍‌ଙ୍କ ମଧ୍ୟରେ ଫାଟ, ଅଲଗା ଅଲଗା ବୈଠକ, ବିରୋଧ, ବୟାନବାଜି । ପୁଣି କେତେବେଳେ କୋଳାକୋଳି । ଆଉ ଏସବୁ ପାଲା ଭିତରେ ବିକାଶ ବାଧାପ୍ରାପ୍ତ । ରାଜ୍ୟରେ ସରକାର ବଦଳିବା ପରେ, ଆରମ୍ଭ ହେଇଯାଇଥିଲା ରାଜନୈତିକ ବିଶୃଙ୍ଖଳା । କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ମେୟର୍‌ ଅଛନ୍ତି ସତ କିନ୍ତୁ କର୍ପୋରେଟର୍‌ ଏଠି ଦୁଇଫାଳ । 

କେବଳ ବିଏମ୍‌ସି ନୁହେଁ, ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଚରମ ବିଶୃଙ୍ଖଳା । ପ୍ରତିଥର ବୈଠକରେ ପାଟିତୁଣ୍ଡ, ଗାଳି ଗୁଲଜ । କେତେବେଳେ ମେୟର୍‌ଙ୍କ ବିରୋଧରେ କର୍ପୋରେଟର୍‌ ମେଳି, କମିସନର୍‌ଙ୍କୁ କର୍ପୋରେଟର୍‌ଙ୍କ ଗାଳି, ଓ ଦୁର୍ନୀତି ଚାପିଦେବାକୁ ଫାଇଲ୍‌ ଚୋରି  । ବର୍ଷେ ଭିତରେ ବିଶୃଙ୍ଖଳାର ତାଲିକା ବେଶ୍ ଲମ୍ୱା । ଏମିତି ହେଲେ ସହରର ଉନ୍ନତି କେମିତି ହେବ? ବୋଲି ଲୋକ ପ୍ରଶ୍ନ କରିଛନ୍ତି । 

କଟକ ମହାନଗର ନିଗମରେ ମଧ୍ୟ ଅଶାନ୍ତି । କେତେବେଳେ କାଉନସିଲ୍‌ ବୈଠକରେ ଦୁର୍ନୀତି ନେଇ ହୋହଲ୍ଲା ତ ପୁଣି କେବେ ବିଜେପି ବିଜେଡି କର୍ପୋରେଟର୍‌ଙ୍କ ମଧ୍ୟରେ ପାଟିତୁଣ୍ଡ, ବୟାନବାଜି । ଫଳରେ ବୈଠକ ପାଲଟୁଛି ରଣକ୍ଷେତ୍ର । ବିକାଶ କଥା କେହି ଭାବୁ ନାହାଁନ୍ତି । ଯଦି ଆଗକୁ ଯାଇ ଏଭଳି ପଲିଟିକାଲ୍‌ ଡ୍ରାମା ଲାଗି ରହେ, ତା’ ହେଲେ ସହରର ବିକାଶ ଭଗବାନଙ୍କ ହାତରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe