ତାରିଖ ଘୋଷଣା ପରେ ଜମ୍ମୁକାଶ୍ମୀରରେ ଉଷ୍ମ ହେଉଛି ରାଜନୀତି । ନିର୍ବାଚନୀ ଇସ୍ତାହାର ଘୋଷଣା କଲା ପିଡିପି

Advertisment

ଏହି ପର୍ୟ୍ୟାୟରେ ୬ଟି ଜିଲ୍ଲାରେ ପଡ଼ିବ ଭୋଟ୍। ଅକ୍ଟୋବର ୧ ତୃତୀୟ ପର୍ୟ୍ୟାୟରେ ୭ଟି ଜିଲ୍ଲାରେ ଭୋଟିଂ କରାଯିବ। ମୋଟ୍ ୯୦ଟି ଆସନରେ ନିର୍ବାଚନ କରାଯିବ। ଅକ୍ଟୋବର ୪ରେ ଜମ୍ମୁକାଶ୍ମୀର ନିର୍ବାଚନର ଫଳାଫଳ ଘୋଷଣା ହେବ। 

ଏହି ପର୍ୟ୍ୟାୟରେ ୬ଟି ଜିଲ୍ଲାରେ ପଡ଼ିବ ଭୋଟ୍। ଅକ୍ଟୋବର ୧ ତୃତୀୟ ପର୍ୟ୍ୟାୟରେ ୭ଟି ଜିଲ୍ଲାରେ ଭୋଟିଂ କରାଯିବ। ମୋଟ୍ ୯୦ଟି ଆସନରେ ନିର୍ବାଚନ କରାଯିବ। ଅକ୍ଟୋବର ୪ରେ ଜମ୍ମୁକାଶ୍ମୀର ନିର୍ବାଚନର ଫଳାଫଳ ଘୋଷଣା ହେବ। 

jk

କନକ ବ୍ୟୁରୋ : ତାରିଖ ଘୋଷଣା ପରେ ଜମ୍ମୁକାଶ୍ମୀରରେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ନିର୍ବାଚନରେ ପ୍ରାୟ ୮୮ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ପି.କେ ପୋଲ ସୂଚନା ଦେଇଛନ୍ତି। ସେପ୍ଟେର ୧୮ରେ ପ୍ରଥମ ପର୍ୟ୍ୟାୟରେ ୭ଟି ଜିଲ୍ଲାରେ ମତଦାନ ହେବ। ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ୟ୍ୟାୟ ଭୋଟିଂ। ଏହି ପର୍ୟ୍ୟାୟରେ ୬ଟି ଜିଲ୍ଲାରେ ପଡ଼ିବ ଭୋଟ୍। ଅକ୍ଟୋବର ୧ ତୃତୀୟ ପର୍ୟ୍ୟାୟରେ ୭ଟି ଜିଲ୍ଲାରେ ଭୋଟିଂ କରାଯିବ। ମୋଟ୍ ୯୦ଟି ଆସନରେ ନିର୍ବାଚନ କରାଯିବ। ଅକ୍ଟୋବର ୪ରେ ଜମ୍ମୁକାଶ୍ମୀର ନିର୍ବାଚନର ଫଳାଫଳ ଘୋଷଣା ହେବ। 

ସେପଟେ ଆଗାମୀ ନିର୍ବାଚନ ନେଇ ଦଳୀୟ ଇସ୍ତାହାର ଜାରି କରିଛି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି, ପିଡିପି। ଦଳର ମୁଖ୍ୟ ମେହବୁବା ମୁଫତି ଏହା ଜାରି କରିଛନ୍ତି। ସେ ଏଥିରେ ପାକିସ୍ତାନ ସହ ବ୍ୟବସାୟ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି। ପାକିସ୍ତାନ ସହ ପୁଣି ଥରେ ବେପାର ଆରମ୍ଭ କରିବାକୁ ସେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି ରଖିଛନ୍ତି। ଏହାସହ ଜମ୍ମୁକାଶ୍ମୀର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମାଗଣା ବିଜୁଳି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଗରିବ ପରିବାରକୁ ବର୍ଷକୁ ୧୨ଟି ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ପିଡିପି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe