congress Photograph: (congress)
କନକବ୍ୟୁରୋ : ବେଲଗାଭି ଅଧିବେଶନରେ କଂଗ୍ରେସର ପୋଷ୍ଟରକୁ ନେଇ ଘମାସାନ । ଏହି ପୋଷ୍ଟରରେ ଭାରତର ବିକୃତ ମାନଚିତ୍ରକୁ ସ୍ଥାନ ଦିଆଯାଇଥିବା ଦେଖିବାକୁ ମିଳିଛି। ଏଭଳି ପୋଷ୍ଟର ସାମ୍ନାକୁ ଆସିବା ପରେ ପୂରା ଦେଶରେ ରାଜନୈତିକ ମାହୋଲ ଗରମ ହୋଇଛି । ପୋଷ୍ଟରରେ କଂଗ୍ରେସ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟା କହିଛନ୍ତି ଯେ କାଶ୍ମୀରରେ ଏକ ପୋଷ୍ଟରେ ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି ।
କଂଗ୍ରେସ ଦ୍ୱିତୀୟ ମୁସଲିମ ଲିଗ୍ ବୋଲି ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ଦେଶବାସୀଙ୍କ ସମ୍ମୁଖରେ କଂଗ୍ରେସର ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କର୍ଣ୍ଣାଟକର ବେଲାଗାଭି ସମ୍ମିଳନୀର ବ୍ୟାନରରେ ଭାରତ ମାନଚିତ୍ରରୁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଆକସାଇ ଚୀନ୍ ନଥିବା ଦେଖିବାକୁ ମିଳିଛି ।
୧୯୨୪ ମସିହାରେ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାର ୧୦୦ ତମ ବାର୍ଷିକୀ ଅବସରରେ କର୍ଣ୍ଣାଟକର ବେଲାଗାଭିରେ କଂଗ୍ରେସ ପାର୍ଟି ସିଡବ୍ଲୃସି ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିଛି। ଏହା କଂଗ୍ରେସର ଜାତୀୟ ବିରୋଧୀ ଚେହେରାକୁ ପ୍ରକାଶ କରିଛି, ଭାରତ ଭାଙ୍ଗିବାକୁ କଂଗ୍ରେସ ସ୍ୱପ୍ନ ଦେଖୁଛି ଦେଖୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
କଂଗ୍ରେସ ପୋଷ୍ଟରକୁ ନେଇ ଘମାସାନ
ବେଲଗାଭି ଅଧିବେଶନରେ କଂଗ୍ରେସର ପୋଷ୍ଟରକୁ ନେଇ ଘମାସାନ
ପୋଷ୍ଟରରେ ଭାରତର ବିକୃତ ମାନଚିତ୍ରକୁ ଦିଆଯାଇଛି ସ୍ଥାନ
ପୋଷ୍ଟରରେ ନାହିଁ ପିଓକେ ଓ ଅକସାଇ ଚୀନ
କଂଗ୍ରେସର ବିବାଦୀୟ ପୋଷ୍ଟରକୁ ନେଇ ବିଜେପିର ଟାର୍ଗେଟ
କଂଗ୍ରେସକୁ ଦ୍ୱିତୀୟ ମୁସଲିମ ଲିଗ୍ ବୋଲି କହିଲା ଭାରତୀୟ ଜନତା ପାର୍ଟି
‘ଦେଶ ସମ୍ମୁଖରେ ଖୋଲିଲା କଂଗ୍ରେସର ଅସଲ ମୁଖା’
କଂଗ୍ରେସ ବେଲଗାଭିରେ କଂଗ୍ରେସ ପକ୍ଷରୁ ଦୁଇ ଦିନିଆ ଅଧିବେଶନ
ମହାତ୍ମା ଗାନ୍ଧୀ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାର ଶତବାର୍ଷିକୀ ପାଳୁଛି ଦଳ
ଏହି ଅଧିବେଶନ ସମୟରେ ସାମ୍ନାକୁ ଆସିଛି ଭାରତର ବିବାଦୀୟ ମାନଚିତ୍ରର ଫଟୋ
Follow Us