ଛିଡୁଛି ବିଜେଡି, ଦାୟୀ କିଏ?  ବିଜେଡି-ବିଜେପି ଭିତରେ ବଢିଲା ବୟାନବାଜି ।

Advertisment

ଦୁଇ ମାସ ଭିତରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା, ଆଉ ଇସ୍ତଫା ପରେ ତୁରନ୍ତ ବିଜେପିରେ ମିଶିବା ଖବର ଆଲୋଚନାର ବିଷୟ ପାଲଟିଛି। ଏହି ଦୁଇ ଜଣଙ୍କ ପରେ ଆଗକୁ ଆଉ କିଏ ବୋଲି ଚର୍ଚ୍ଚା ଜୋର ଧରିଛି।

ଦୁଇ ମାସ ଭିତରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା, ଆଉ ଇସ୍ତଫା ପରେ ତୁରନ୍ତ ବିଜେପିରେ ମିଶିବା ଖବର ଆଲୋଚନାର ବିଷୟ ପାଲଟିଛି। ଏହି ଦୁଇ ଜଣଙ୍କ ପରେ ଆଗକୁ ଆଉ କିଏ ବୋଲି ଚର୍ଚ୍ଚା ଜୋର ଧରିଛି।

bjd politics

କନକ ବ୍ୟୁରୋ: ଦୁଇ ମାସ ଭିତରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା, ଆଉ ଇସ୍ତଫା ପରେ ତୁରନ୍ତ ବିଜେପିରେ ମିଶିବା ଖବର ଆଲୋଚନାର ବିଷୟ ପାଲଟିଛି। ଏହି ଦୁଇ ଜଣଙ୍କ ପରେ ଆଗକୁ ଆଉ କିଏ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କଥା କଟାକଟି ଜୋରଦାର ହୋଇଛି। 

  • ବିଜେଡି ବିଜେପି ତୁ ତୁ ମେଁ ମେଁ
  • ଛିଡୁଛି ବିଜେଡି, ଦାୟୀ କିଏ? 

ରାଜ୍ୟବାସୀଙ୍କୁ ସରପ୍ରାଇଜ ଦେଇ ମମତା ମହାନ୍ତ ଓ ସୁଜିତ୍ କୁମାରଙ୍କୁ ବିଜେଡି ସୁପ୍ରିମୋ ରାଜ୍ୟସଭାକୁ ପଠାଇଥିଲେ। ଆଉ ଏବେ ଉଭୟ ନବୀନଙ୍କୁ ସରପ୍ରାଇଜ୍ ଦେବା ପରେ, ଏଥିପାଇଁ ଦାୟୀ କିଏ? ସେ ନେଇ ଜୋର ଧରିଛି ବୟାନବାଜି। ବିଜେଡିରେ ନେତୃତ୍ବ ସଙ୍କଟ ଯୋଗୁଁ ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡୁଥିବା ବିଜେପି ନେତା ଅଭିଯୋଗ କରି ଆସୁଛନ୍ତି। ବିଜେଡିରେ ଜନପ୍ରତିନିଧିଙ୍କୁ ପିଞ୍ଜରାରେ ବନ୍ଦୀ କରି ରଖାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ। ଏମିତିକି ଆଗକୁ ଆହୁରି ଅନେକ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ବିଜେପି ଦାବି କରିଛି । ଯାହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି।

ତେବେ ବିଜେଡି ବିଜେପିର ଏହି ବୟାନବାଜି ରାଜ୍ୟ ରାଜନୀତିକୁ ସରଗରମ କରିଛି। ବାସ୍ତବରେ ବିଜେଡି ନେତୃତ୍ବ ଦୁର୍ବଳ ହୋଇପଡିଛି ନା ବିଜେଡିକୁ ଦୁର୍ବଳ କରିବାକୁ ବିଜେପି ଅପରେସନ ଲୋଟସ ଚଳାଇଛି? ତାହା ଆଲୋଚନାର ବିଷୟ ପାଲଟିଛି। ତେବେ ଏହା ବିଜେପିର ଚକ୍ରାନ୍ତ ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ନେତା। ଅନ୍ୟପଟେ ଆଗକୁ ସତର୍କ ନହେଲେ ବିଜେଡି ଅଧିକ ଦୁର୍ବଳ ହୋଇଯିବ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ।

ସୂଚନାଯୋଗ୍ୟ ଯେ, ବିଜେଡି ହାରିବାକୁ ଏହା ଭିତରେ ତିନି ମାସ ବିତିଥିଲେ ମଧ୍ୟ ଏଯାଏଁ ପରାଜୟର ସମୀକ୍ଷା ହୋଇନାହିଁ। ଯାହାକୁ ନେଇ ଦଳର ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବାବେଳେ ଜଣେ ପରେ ଜଣେ ସାଂସଦ ଦଳ ଛାଡିବା କେଉଁଠି ନାଁ କେଉଁଠି ନେତୃତ୍ବ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe