ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ସମୀକରଣ, ଏଆଇଏଡିଏମକେ ନେତୃତ୍ୱାଧୀନ ମେଣ୍ଟରେ ଦିନାକରଣଙ୍କ ଦଳ ଏଏମଏମକେ ସାମିଲ

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ମେଣ୍ଟ ରାଜନୀତି ସରଗରମ। ଚେନ୍ନାଇ ତାମିଲନାଡୁ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୁଣିଥରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସକୁ ଫେରିଛନ୍ତି ଅମ୍ମା ମକ୍କଲ ମୁନ୍ନେତ୍ର କାଝାଗମ ମୁଖ୍ୟ ଟିଟିଭି ଦିନାକରନ ।  ଆଜି ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ତାମିଲନାଡୁ ନିର୍ବାଚନ ପ୍ରଭାରୀ ପୀୟୂଷ ଗୋୟଲଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ମେଣ୍ଟରେ ସାମିଲ ହୋଇଛନ୍ତି ।

ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ମେଣ୍ଟ ରାଜନୀତି ସରଗରମ। ଚେନ୍ନାଇ ତାମିଲନାଡୁ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୁଣିଥରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସକୁ ଫେରିଛନ୍ତି ଅମ୍ମା ମକ୍କଲ ମୁନ୍ନେତ୍ର କାଝାଗମ ମୁଖ୍ୟ ଟିଟିଭି ଦିନାକରନ ।  ଆଜି ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ତାମିଲନାଡୁ ନିର୍ବାଚନ ପ୍ରଭାରୀ ପୀୟୂଷ ଗୋୟଲଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ମେଣ୍ଟରେ ସାମିଲ ହୋଇଛନ୍ତି ।

tamilnadu

କନକ ବ୍ୟୁରୋ : ନିତିନ ନବୀନ ପଦରେ ବସୁବସୁ ବିଜେପି ପାଇଁ ଖୁସି ଖବର ଆସିଛି , ଦଳ ପାଇଁ ଭଲ ଖବର ହେଉଛି ଯେ ,ତାମିଲନାଡୁର ହାଇ-ପ୍ରୋଫାଇଲ୍ ନେତା ଦିନାକରଣଙ୍କ ଦଳ ଏନଡିଏରେ ସାମିଲ ହୋଇଛନ୍ତି । ଆଉ ଏହି ମେଣ୍ଟ ବିଶେଷକରି ଦକ୍ଷିଣ ଜିଲ୍ଲାଗୁଡ଼ିକରେ ଡିଏମକେ ପାଇଁ ବିପଦ ସୃଷ୍ଟି କରିବ । ଥେବର ଭୋଟ ବ୍ୟାଙ୍କ ସହିତ ବିରୋଧୀଙ୍କ ଏକତ୍ରୀକରଣ ଡିଏକମେ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଡିଏମକେକୁ ସମର୍ଥନ କରୁଥିବା ହିନ୍ଦୁ ବିରୋଧୀ ଫିଲ୍ମ: ତାମିଲନାଡୁ ଯୁବ କଂଗ୍ରେସ ପକ୍ଷରୁ ପରାଶକ୍ତି ଉପରେ ପ୍ରତିବନ୍ଧକ ଲଗାଇବା ଦାବି

ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ମେଣ୍ଟ ରାଜନୀତି ସରଗରମ। ଚେନ୍ନାଇ ତାମିଲନାଡୁ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୁଣିଥରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସକୁ ଫେରିଛନ୍ତି ଅମ୍ମା ମକ୍କଲ ମୁନ୍ନେତ୍ର କାଝାଗମ ମୁଖ୍ୟ ଟିଟିଭି ଦିନାକରନ ।  ଆଜି ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ତାମିଲନାଡୁ ନିର୍ବାଚନ ପ୍ରଭାରୀ ପୀୟୂଷ ଗୋୟଲଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ମେଣ୍ଟରେ ସାମିଲ ହୋଇଛନ୍ତି । ଏନଡିଏରେ ପ୍ରତ୍ୟାବର୍ତ୍ତନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିନାକରନ କହିଛନ୍ତି ଯ, କୌଣସି ବଡ଼ ଲକ୍ଷ୍ୟ ହାସଲ ପାଇଁ କରାଯାଉଥିବା ବୁଝାମଣା କେବେ ହେଲେ ମଣିଷକୁ ଦୁର୍ବଳ କରିନଥାଏ । ପୁରୁଣା ମତଭେଦକୁ ପଛରେ ପକାଇ ତାମିଲନାଡ଼ୁର ସ୍ୱାର୍ଥ ପାଇଁ ଏକାଠି ହେବା ସମୟର ଆହ୍ୱାନ । ଦିନାକରଣ ଆହୁରି ମଧ୍ୟ କହିଛନ୍ତି , ଜୟଲଳିତାଙ୍କ ଶାସନକୁ ପୁଣି ଥରେ ରାଜ୍ୟକୁ ଫେରାଇ ଆଣିବା ଏବଂ ଡଏମକେ ସରକାରକୁ କ୍ଷମତାରୁ ହଟାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଟିଟିଭି ଦିନାକରନଙ୍କୁ ସ୍ୱାଗତ କରି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଦିନାକରନଙ୍କ ପରି ଜଣେ ଅଭିଜ୍ଞ ନେତା ଏନଡିଏକୁ ଫେରିବା ଦ୍ୱାରା ମେଣ୍ଟ ଆହୁରି ଶକ୍ତିଶାଳୀ ହୋଇଛି । ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି, ଏଆଇଏଡିଏମକେ ଏବଂ ଏଏମଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ମିଳିଛି ।ଗତ ସେପ୍ଟେମ୍ବର ୨୦୨୫ରେ ଦିନାକରନ ଏନଡିଏରୁ ଓହରି ଯାଇଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ପୁଣିଥରେ ସେ ମେଣ୍ଟକୁ ଫେରିବା ଦ୍ୱାରା ରାଜ୍ୟରେ ଭୋଟ୍ ସମୀକରଣ ବଦଳିବାର ସମ୍ଭାବନା ରହିଛି।

  • ଦିନାକରନଙ୍କ ମିଶ୍ରଣ ନିର୍ବାଚନ ଉପରେ ପକାଇବ କି ପ୍ରଭାବ? 
  • ଦିନାକରନଙ୍କ ଏନଡିଏରେ ଯୋଗଦାନ ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନକୁ ଆହୁରି ଆକର୍ଷଣୀୟ କରିଛି
  • ଏନଡିଏ, ଡିଏମକେ-କଂଗ୍ରେସ ଏବଂ ଟିଭିକେ ମଧ୍ୟରେ ତ୍ରିମୁଖୀ ପ୍ରତିଯୋଗିତା ଆଶା କରାଯାଉଛି
  • ଏଏମଏମକେ ସାମିଲ ହେବା ଦକ୍ଷିଣ ତାମିଲନାଡ଼ୁରେ ଏନଡିଏକୁ ଲାଭ ଦେବ
    ଯେଉଁଠାରେ ଥେଭର ଭୋଟ ନିର୍ଣ୍ଣାୟକ, ବିଶ୍ୱାସ କରାଯାଉଛି ଏଭଳି ପରିସ୍ଥିତି ଟିଭିକେ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ କାରଣ ବିଜୟଙ୍କ ଦଳ ଏକାକୀ ରହିଯାଇପାରେ,   ଜାନୁଆରୀ ୨୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେନ୍ନାଇ ଗସ୍ତ ସମୟରେ ଦିନାକରନ ଏକ ବଡ଼ ଜନସଭାରେ ସାମିଲ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe