ଅନାସ୍ଥାକୁ ନେଇ ପଲିଟିକାଲ ଡ୍ରାମା: ଚିଠି ଲେଖିଲେ ନବୀନ, ଶୁଣିଲାନି ଛତିଶଗଡ଼ । ବିଶାଲଙ୍କ ନାଁରେ ମାମଲା ରୁଜୁ

Advertisment

କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ଭଳି ରାଜ୍ୟରେ ଆମେ ରିସୋର୍ଟ ପଲିଟିକ୍ସ ଦେଖିଛେ । କେତେବେଳେ ନିଜ ଦଳର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ତ ଆଉ କେତେବେଳେ ଅନ୍ୟଦଳରେ ଫାଟ ସୃଷ୍ଟି କରିବା ପାଇଁ ଏଭଳି ରାଜନୀତି ଚାଲେ । ହେଲେ ଆଜି ଝାରସୁଗୁଡ଼ା କିରିମିରା ବ୍ଲକ ରାଜନୀତିରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି ।

କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ଭଳି ରାଜ୍ୟରେ ଆମେ ରିସୋର୍ଟ ପଲିଟିକ୍ସ ଦେଖିଛେ । କେତେବେଳେ ନିଜ ଦଳର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ତ ଆଉ କେତେବେଳେ ଅନ୍ୟଦଳରେ ଫାଟ ସୃଷ୍ଟି କରିବା ପାଇଁ ଏଭଳି ରାଜନୀତି ଚାଲେ । ହେଲେ ଆଜି ଝାରସୁଗୁଡ଼ା କିରିମିରା ବ୍ଲକ ରାଜନୀତିରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି ।

DFFE

କନକ ବ୍ୟୁରୋ: କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ଭଳି ରାଜ୍ୟରେ ଆମେ ରିସୋର୍ଟ ପଲିଟିକ୍ସ ଦେଖିଛେ। କେତେବେଳେ ନିଜ ଦଳର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ତ ଆଉ କେତେବେଳେ ଅନ୍ୟଦଳରେ ଫାଟ ସୃଷ୍ଟି କରିବା ପାଇଁ ଏଭଳି ରାଜନୀତି ଚାଲେ। ହେଲେ ଆଜି ଝାରସୁଗୁଡ଼ା କିରିମିରା ବ୍ଲକ ରାଜନୀତିରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଗୋଟିଏ ଗୋଷ୍ଠୀକୁ ଛତିଶଗଡ଼ରେ ଅଟକ ରଖିବା ଯୋଗୁଁ, ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ।

ଛତିଶଗଡରେ ଅଟକ ସରପଞ୍ଚ ଓ ସମିତି ସଭ୍ୟ। ଝାରସୁଗୁଡା କିରିମିରାରେ ଅନାସ୍ଥା ପାଇଁ ହୋଇପାରିଲାନି ଭୋଟିଂ। କିରିମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ଶେଷରେ ବାତିଲ ହୋଇଛି। ଧାର୍ଯ୍ୟ ସମୟରେ କୌଣସି ସରପଞ୍ଚ ଓ ସମିତିସଭ୍ୟ ନଆସିବାରୁ ଭୋଟିଂ ପାଇଁ ଯାଇଥିବା ଅଧିକାରୀ ଫେରି ଯାଇଛନ୍ତି। ଅନ୍ୟପଟେ ଛତିଶଗଡରେ ଅଟକ ଥିବା ପିଆରଆଇ ସଦସ୍ୟଙ୍କୁ ଭେଟିବାକୁ ଯାଇ ହରଡଘଣାରେ ପଡିଛନ୍ତି ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ। ସରେଇପାଲିରେ ଥିବା ହୋଟେଲ ରାଧିକାରେ ବଳପୂର୍ବକ ପ୍ରବେଶ ଓ ଆତଙ୍କ ସୃଷ୍ଟି ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି ଛତିଶଗଡ଼ ପୋଲିସ। ଯାହାକୁ ନେଇ ଏବେ ଝାରସୁଗୁଡା ରାଜନୀତି ସରଗରମ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିଜେପି ସରକାର ଗଣତନ୍ତ୍ରର ହତ୍ୟା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଦୀପାଳି। ଅନ୍ୟପଟେ ବିଜେପି ପ୍ରଶ୍ନ କରିଛି, ଏତେ ରାତିରେ ବିଶାଳ ସେଠାରେ କରୁଥିଲେ କଣ?

ବହୁଚର୍ଚ୍ଚିତ କିରିମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଆସିବା ପରେ ଝାରସୁଗୁଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଭୋଟ ପୂର୍ବରୁ ପିଆରଆଇ ସଦସ୍ୟ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ହୋଟେଲ ଓ ବିଭିନ୍ନ ସ୍ଥାନରେ ସର୍ଚ୍ଚ କରିଥିଲା ଝାରସୁଗୁଡା ପୋଲିସ। କିନ୍ତୁ ନିରାଶ ହୋଇଥିଲା। ଗୁରୁବାର ଛତିଶଗଡରେ ଅଜ୍ଞାତବାସରେ ଥିବା ପିଆରଆଇ ସଦସ୍ୟଙ୍କୁ ଭେଟିବାକୁ ବିଶାଳ ଯାଉଥିବା ଜାଣିବାକୁ ପାଇଲା । ଏହି ସୂଚନା ଆଧାରରେ ଚଢାଉ କରିବା ସହ ସରେଇପାଲି ଅଞ୍ଚଳରୁ ଠାବ କରିବା ସହ ତାଙ୍କୁ ଅଟକ ରଖିଥିଲା। ଅନ୍ୟପଟେ ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଲମ୍ପ ମାରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ କହିଛନ୍ତି, ଅଟକ ଥିବା ପିଆରଆଇ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାରେ ଛଡାଯାଉ। କିନ୍ତୁ ନବୀନଙ୍କ ଚିଠି ଛତିଶଗଡ ପୋଲିସକୁ ବିଶାଳଙ୍କ ନାଁରେ ମାମଲା ରୁଜୁ କରିବାରେ ଅଟକାଇପାରିନି। 

ଛକାପଞ୍ଝା ଭିତରେ କୃଷ୍ଣପ୍ରିୟାଙ୍କ ନାଁରେ ଆସିଥିବା ଅନାସ୍ଥା ଟଳିଛି ସତ। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ବିଶାଳ ଦୋଷ କରିଥିଲେ ତେବେ ପିଆରଆଇ ସଦସ୍ୟଙ୍କୁ କାହିଁକି ଅଟକ ରଖିଥିଲା ଛତିଶଗଡ ପୋଲିସ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe