କନକ ବ୍ୟୁରୋ : ଟଙ୍କା ଖର୍ଚ୍ଚ ହେଲା କୋଟିକୋଟି । ଦିନକ ପାଇଁ ବି କାମରେ ଲାଗିଲା ବସଷ୍ଟାଣ୍ଡଟି । ଭଦ୍ରକ ଜିଲ୍ଲାରେ ବସ୍ ଯାତ୍ରାକୁ ସୁଗମ କରିବା ପାଇଁ ୨୦୦୬ରେ ନୂଆ ବସଷ୍ଟାଣ୍ଡ କରାଗଲା । ପର୍ଯ୍ୟାୟ କ୍ରମେ ସରକାରୀ ତହବିଲରୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦଘାଟନ୍ କରିଛନ୍ତି । ହେଲେ ଦିନକ ପାଇଁ ବି ଏଠାକୁ ବସଟିଏ ଆସିନାହିଁ କି ଯାତ୍ରାଙ୍କୁ କୌଣସି ସୁବିଧା ମିଳୁନାହିଁ । କିନ୍ତୁ ୨୦୨୪ରେ ବସଷ୍ଟାଣ୍ଡ ନବୀକରଣ ନାଁରେ ଖର୍ଚ୍ଚ ହୋଇଛି ୪ କୋଟି ୭୬ ହଜାର ଟଙ୍କା ।
ସେପଟେ ବିଭିନ୍ନ କାମରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ବସ୍ ସେବା ପାଇଁ ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି । ବନ୍ତ ଛକ ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡକୁ ନିର୍ଭର କରିଛନ୍ତି । ସେପଟେ ସରକାରୀ ବ୍ୟବସ୍ଥା ଅନୁଯାଇ ସମସ୍ତ କାର୍ଯ୍ୟ ସରିବା ପରେ ନୂଆ ବସଷ୍ଟାଣ୍ଡର ଶୁଭ ଉଦଘାଟନ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।
କୋଟିକୋଟି ଖର୍ଚ୍ଚ ପରେ ବି ନୂଆ ବସଷ୍ଟାଣ୍ଡ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ତା'ର ଉତ୍ତର ଖୋଜି ପାଉନାହାନ୍ତି ଭଦ୍ରକ ବାସୀ ।