କନକ ବ୍ୟୁରୋ : ଗଞ୍ଜେଇ ଚାଷ କୁ ନେଇ ରାଜନୀତି । ବିଜେଡି ବିଜେପି ମୁହାଁମୁହିଁ । କେଉଁ ଦଳ ଶାସନ ଥିବା ସମୟରେ ବଢ଼ିଲା ଗଞ୍ଜେଇ ଚାଷ, ପରସ୍ପରକୁ ଦୋଷ ଲଦାଲଦି । ଏହାକୁ ନେଇ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ଅମାତ ଓ ବର୍ତ୍ତମାନର ବିଧାୟକ ସରୋଜ ପ୍ରଧାନ ମୁହାଁମୁହିଁ । ଜିଲ୍ଲାରେ ଏବେ ଗଞ୍ଜେଇ ଚାଷ ବଢୁଛି । ଅନ୍ତର୍ଜାତୀୟ ବଜାରରେ ବୌଦ୍ଧ ଗଞ୍ଜେଇର ଡିମାଣ୍ଡା ଅଧିକ । ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ବାହାର ରାଜ୍ୟରେ ବୌଦ୍ଧ ଜିଲ୍ଲାର ଅନେକ ଲୋକ ଧରା ପଢୁଛନ୍ତି । ଏବେ ଜିଲ୍ଲାରେ ଗଞ୍ଜେଇ ଚାଷ ବଢିଛି ବୋଲି ପ୍ରଦୀପ ଅମାତ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ତାଙ୍କୁ ଜବାବ ଦେଇ ବୌଦ୍ଧ ବର୍ତ୍ତମାନ ବିଧାୟକ ସରୋଜ ପ୍ରଧାନ କହିଛନ୍ତି, ଚାଲୁଣି କହୁଛି ଛୁଞ୍ଚି କୁ । କେଉଁ ଅଞ୍ଚଳ ଓ କାହା ଗାଁ ଚାରିପାଖରେ ଗଞ୍ଜେଇ ଚାଷ ହୋଇଛି ।
ପୂବତନ ବିଧାୟକ ଜଙ୍ଗଲ ମନ୍ତ୍ରୀ ଥାଇ ଜିଲାରେ ଜଙ୍ଗଲ ସଫା ହୋଇ ଗଞ୍ଜେଇ ଚାଷ କେମିତି ହେଉଥିଲା, ପ୍ରଶ୍ନ ପଚାରିଛନ୍ତି ବୌଦ୍ଧ ବିଧାୟକ । ଗଞ୍ଜେଇ କେଉଁ ସରକାର ୨୪ବର୍ଷ ହେଲା ମିଛ ଗଞ୍ଜେଇ କାଟିବା ପ୍ରହସନ କରୁଥିଲା ସେ କଥା ସାଧାରଣ ଲେକ ଭଲରେ ଜାଣିଛନ୍ତି ବୋଲି କହି । ବିଜେଡିକୁ କଡା ସମାଲୋଚନା କରିଛନ୍ତି ସରୋଜ ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/450pHrWjYK5YvjpLT15c.jpg)