କନକ ବ୍ୟୁରୋ : ଦୀର୍ଘ ବର୍ଷ କଟକରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ ମହମ୍ମଦ ମୋକିମ୍ । ତା ପରେ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ବିଜୟୀ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । କିନ୍ତୁ ମୋକିମଙ୍କ ଦଳରୁ ବହିଷ୍କାର କରାଯିବା ପରେ ସୋଫିଆ ବାପାଙ୍କ ସହ ନା ଦଳ ସହ ରହିବେ ସେ ନେଇ ବିତର୍କ ଲାଗି ରହିଛି। ଏହାରି ଭିତରେ କଟକରେ ଲାଗିଥିବା ଭିନ୍ନ ଭିନ୍ନ ପୋଷ୍ଟର ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ନୂଆବର୍ଷ ଶୁଭେଚ୍ଛା ପାଇଁ ଲାଗିଛି ହୋର୍ଡିଂ । ଯେଉଁଥିରେ ରହିଛି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ୍ ଓ ବରିଷ୍ଠ ନେତା ମୋକିମଙ୍କ ଫଟୋ । କିନ୍ତୁ କେଉଁ ହୋର୍ଡିଂରେ ଦଳୀୟ ଚିହ୍ନ ହାତ ଅଛି ତ ଆଉ କେଉଁଥିରେ ନାହିଁ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋଫିଆ କାହା ସହ ଅଛନ୍ତି ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ଆଲୋଚନା । ଏସବୁ ଭିତରେ ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ। କହିଛନ୍ତି, ତାଙ୍କ ସମର୍ଥକମାନେ ଏ ପୋଷ୍ଟର ମାରିଛନ୍ତି । ସମର୍ଥକମାନେ ଆମକୁ କେବେ ଅଲଗା କରିନାହାନ୍ତି ।
ଅଧିକ ପଢ଼ନ୍ତୁ : ‘ବାପା ଯାହା ଭଲ କାମ କରିଥିଲେ, ମୋତେ ତା’ର ଆଶୀର୍ବାଦ ମିଳିଛି’ : ବିଜୟ ପରେ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରତିକ୍ରିୟା
୧୯୯୬ ପରେ ମହମ୍ମଦ ମୋକିମ ୨୦୧୯ରେ କଟକ-ବାରବାଟୀରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ତାଙ୍କର ଦୃଢ଼ ନେତୃତ୍ବ ଓ ସଂଗଠନ ପାଇଁ କଂଗ୍ରେସ ବିଜୟୀ ହୋଇଥିଲା ବୋଲି କୁହାଯାଏ । ତାଙ୍କ ପରେ ସୋଫିଆ ଫିରଦୋସ ବି ସେହି ସଂଗଠନକୁ ବଂଚାଇ ରଖିବାରେ ସଫଳ ହୋଇଥିଲେ । କିନ୍ତୁ ଏବେ ଯେତେବେଳେ ମୋକିମଙ୍କୁ ଦଳ ବହିଷ୍କାର କରିଛି, ସେତେବେଳେ କର୍ମୀ ତାଙ୍କୁ ମନରୁ ବାହାର କରିପାରିନାହାନ୍ତି । ନୂଆବର୍ଷ ଶୁଭେଛା ହୋର୍ଡିଂ ଓ କଂଗ୍ରେସ କର୍ମୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ମୋକିମଙ୍କ ବିନା କଟକରେ ଦଳ ଆଗକୁ ବଢ଼ିବା କଷ୍ଟକର । ବିଜୟ ଧାରା ବଜାୟ ରଖିବା ବଡ ଆହ୍ବାନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/31/cuttack-2025-12-31-18-59-16.jpg)